ରାୟଗଡା ଡାକ ମଣ୍ଡଳ ପକ୍ଷରୁ ପୋଷ୍ଟମାଷ୍ଟର୍ ଜେନେରାଲଙ୍କ ସ୍ୱାଗତ ସମ୍ବର୍ଦ୍ଧନା, ଦକ୍ଷ କର୍ମଚାରୀ ସମ୍ମାନିତ
ରାୟଗଡା, ୦୭/୦୧ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ଡାକ ମଣ୍ଡଳ ପକ୍ଷରୁ ବ୍ରହ୍ମପୁର ରେଜିଅନର ପୋଷ୍ଟମାଷ୍ଟର୍ ଜେନେରାଲଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଡାକ ବିଭାଗର ସେବାକ୍ଷେତ୍ରରେ ନିଷ୍ଠା, କର୍ତ୍ତବ୍ୟନିଷ୍ଠା ଓ କାର୍ଯ୍ୟଦକ୍ଷତା ପାଇଁ କିଛି ଚୟିତ କର୍ମଚାରୀଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ପୁରସ୍କାର ପାଇଥିବା କର୍ମଚାରୀମାନଙ୍କ ମଧ୍ୟରେ ଶ୍ରୀମତୀ ଫୁଲମାନୀ ଏକା, ଉପ ଡାକପାଳ, ଜେ.କେ. ପୁର ବଜାର ଡାକଘର; ଶ୍ରୀ ଚକ୍ରପାଣି ଦଳପତି, ଉପ ଡାକପାଳ, ରାୟଗଡା ବଜାର ଡାକଘର; ଶ୍ରୀ ପି. ସନ୍ତୋଷ, ପି.ଏ., ରାୟଗଡା ପ୍ରଧାନ ଡାକଘର ଓ ଶ୍ରୀ ରାଜେଶ ରାଇପଲ୍ଲୀ, ଉପ ଡାକପାଳ, ରାୟଗଡା କଲେଜ ଡାକଘର ଅନ୍ତର୍ଭୁକ୍ତ ଥିଲେ। ଉତ୍ସବରେ ଅତିଥିମାନେ ଡାକ ବିଭାଗର କର୍ମଚାରୀମାନଙ୍କ ନିଷ୍ଠାପୂର୍ଣ୍ଣ ସେବା ଓ ସାଧାରଣ ଲୋକଙ୍କ ସହ ତାଙ୍କର ସମ୍ପର୍କକୁ ପ୍ରଶଂସା କରିଥିଲେ। ଏପରି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କର୍ମଚାରୀଙ୍କୁ ଆଗାମୀ ଦିନରେ ଅଧିକ ଉତ୍ସାହ ଓ ଦାୟିତ୍ୱବୋଧ ସହ କାମ କରିବାକୁ ପ୍ରେରିତ କରିବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।