Hot Posts

6/recent/ticker-posts

ପୁରୀରେ ବୀଭତ୍ସ ହତ୍ୟାକାଣ୍ଡ, ଘରେ ଶୋଇଥିବା ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା

ପୁରୀ, ୧୬ / ୫ :  – ଶ୍ରୀମନ୍ଦିର ନଗର ପୁରୀ ଗତ ରାତିରେ ଏକ ହୃଦୟ ବିଦାରକ ହତ୍ୟାକାଣ୍ଡର ସାକ୍ଷୀ ହୋଇଛି। ସହରର ବାସେଳି ସାହି ଅଞ୍ଚଳର ମଶାଣିଚଣ୍ଡୀ ଛକରେ ଥିବା ନିଜ ଘରେ ସୋଇଥିବା ବେଳେ, କୁନା ବେହେରା ନାମକ ଜଣେ ଯୁବକଙ୍କୁ ମାରଣାସ୍ତ୍ର ଦ୍ୱାରା ହତ୍ୟା କରାଯାଇଛି। ଘଟଣା ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଘଟିଥିବା ବୋଲି ଥାନା ଉତ୍ସରେ ସୂଚନା ମିଳିଛି। ଅଭିଯୁକ୍ତ ଓ ତାଙ୍କ ସହଯୋଗୀ ମିଶି ଏହି ହତ୍ୟାକାଣ୍ଡ କାର୍ଯ୍ୟାନୁଷ୍ଠାନ କରିଥିବା ଅନୁମାନ ରହିଛି। ପ୍ରାଥମିକ ତଦନ୍ତରୁ ପ୍ରକାଶ ପାଇଛି ଯେ, ଏହି ହତ୍ୟା ଘଟଣା ପଇଡ଼ ତୋଳା ସଂପୃକ୍ତ ବିବାଦର ପରିଣତି ରୂପେ ଘଟିଛି।
ସୂଚନା ଅନୁଯାୟୀ, ମୁଖ୍ୟ ଅଭିଯୁକ୍ତ ଜଣେ ନାବାଳକ ବୋଲି ଜଣା ପଡ଼ିଛି। ବାସେଳି ସାହି ଥାନା ପୁଲିସ ତାଙ୍କୁ ଅଟକ କରି ଘଟଣା ସନ୍ଦର୍ଭରେ ବିସ୍ତୃତ ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ଉପରେ ଘନ ନିଗରାନୀ ରଖାଯାଉଛି ଓ ଘଟଣାର ପଛପଟ ଦିଗ ଖୋଜାଯାଉଛି।
ଏହି ଘଟଣା ପରେ ଅଞ୍ଚଳରେ ଭୟ ଓ ଉତ୍ତେଜନାର ପରିବେଶ ବ୍ୟାପିଛି। ଶହରର ମଧ୍ୟଭାଗରେ ଘଟିଥିବା ଏହି ପ୍ରକାର ହତ୍ୟା ଅନେକ ପ୍ରଶ୍ନ ଉଠାଇଛି – ସୁରକ୍ଷା ବ୍ୟବସ୍ଥା, ଯୁବପୀଢିର ଓଲଟା ଧାରା ଓ ଅପରାଧୀକ ଚେତନା ନେଇ ସମାଜ ଏବେ ଚିନ୍ତିତ।