ଉମରକୋଟ ରେ ପ୍ରୀମିଅର ଲିଗ୍ UPL ର ଅଷ୍ଟମ ସଂସ୍କରଣ ଆରମ୍ଭ ।
ଉମରକୋଟ,୦୭/୧୧ ( ନକୁଳ ଭତ୍ରା ) : ପ୍ରତୀକ୍ଷା ର ଅନ୍ତ ଘଟିଛି ନବରଙ୍ଗପୁର ଜିଲ୍ଲା ବାସୀଙ୍କ, ଆଜିଠାରୁ ଆରମ୍ଭ ହୋଇ ଯାଉଛି ଉମରକୋଟ ପ୍ରୀମିଅର ଲିଗ୍ UPL ର ଅଷ୍ଟମ ସଂସ୍କରଣ । ଉମରକୋଟ ର ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି ଏହି ଲିଗ୍। ଏହା ନବରଙ୍ଗପୁର ଜିଲ୍ଲା ର ଏକ ବୃହତ୍ ଗଣ ପର୍ବ କହିଲେ ଅତୃକ୍ତି ହେବ ନାହିଁ । ସମଗ୍ର ରାଜ୍ୟର ତଥା ବାହାର ରାଜ୍ୟରୁ ଟିମ୍ ଆସି ଅଂଶ ଗ୍ରହଣ କରୁଛନ୍ତି ଏହି ଲିଗ୍ ରେ । ଏହା କ୍ରିକେଟ ଖେଳ ପ୍ରେମୀ ମାନଙ୍କ ପାଇଁ ଏକ ବୃହତ୍ ମନୋରଞ୍ଜନ ର ପର୍ବ । ବିଭିନ୍ନ ପ୍ରାନ୍ତରୁ କ୍ରିକେଟ ପ୍ରେମୀ ମାନେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ହୋଇ ଖେଳର ଆନନ୍ଦ ଉପଭୋଗ କରୁଛନ୍ତି । ଏ ବର୍ଷର ମୁଖ୍ୟ ଆକର୍ଷଣ ହେଉଛି ,ଏହି ଖେଳରେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଋଷିଆ ର ଚିର ଗାର୍ଲ୍ ମାନଙ୍କୁ ମଧ୍ୟ ଡକାଯାଇଛି । ଏହି ଖେଳ youtube ରେ 7070 sports live ଚ୍ୟାନେଲ ମାଧ୍ୟମରେ ଖେଳର ସିଧା ପ୍ରସାରଣ ମଧ୍ୟ କରାଯିବ , ଯାହା ଦର୍ଶକ ଘରେ ବସି ନିଜ ମୋବାଇଲ ରେ ଲାଇଭ ଦେଖିପାରିବେ । କମିଟି ର ନିଷ୍ପତ୍ତି କ୍ରମେ, କମିଟି ର ସଭାପତି ଶ୍ରୀ ସୁଧାଂଶୁ ଦାସ କହିଛନ୍ତି ଯେ ୱିନ୍ନର ଟିମ୍ ଙ୍କୁ ୨ ଲକ୍ଷ୍ ଟଙ୍କା ତଥା ରନର ଟିମ୍ ଙ୍କୁ ୧.୫ ଲକ୍ଷ ଟଙ୍କା ଏବଂ ମ୍ୟାନ ଅଫ ଦି ସିରିଜ ପାଇଁ ୨୫୦୦୦/- ଟଙ୍କା ର ପୁରସ୍କାର ରାଶି ଓ ଟ୍ରଫି ପ୍ରଦାନ କରାଯିବ ।