ଭାଲୁ ଆକ୍ରମଣ ରେ ବର୍ତ୍ତିଲେ ଜଣେ ସାମ୍ବାଦିକ ଦୁଇ ଶିକ୍ଷକ l
ପାପଡ଼ାହାଣ୍ଡି, ୬|୧୧ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଦଳେଇଗୁଡ଼ା ୨୦୧ ଜାତୀୟ ରାଜପଥ ଠାରେ ଭାଲୁ ଆକ୍ରମଣ ରେ ଅଳ୍ପକେ ବର୍ତ୍ତିଗଲେ ଜଣେ ସାମ୍ବାଦିକ ଓ ଦୁଇ ଶିକ୍ଷକ । ଜଣେ ସାମ୍ବାଦିକ ଜଣେ ଶିକ୍ଷକ ଅଳ୍ପ ଆହତ ହୋଇଥିଲେ l ତିନି ଜଣ ଙ୍କୁ ଉଦ୍ଧାର କରି ଗ୍ରାମବାସୀ ଘରକୁ ପଠେଇଥିଲେ lସୂଚନା ଅନୁଯାୟୀ ପାପଡାହାଣ୍ଡି ଗ୍ରାମର ଜିଲ୍ଲା ସାମ୍ବାଦିକ ସୁମିତ କୁମାର ଘଣ୍ଟ, ଶିକ୍ଷକ ତ୍ରିଲୋଚନ ବରାଳ ଓ ଶିକ୍ଷକ ସୁଜିତ ବିଷୋୟୀ ମଙ୍ଗଳବାର ରାତ୍ର ୯ ଘଣ୍ଟା ସମୟରେ ପାପଡାହାଣ୍ଡି ଠାରୁ ଦଳେଇଗୁଡ଼ା କୁ ସାନ୍ଧ୍ୟ ଭ୍ରମଣ ପାଇଁ ଯାଇଥିଲେ lତିନି ଜଣ ଦଳେଇଗୁଡା ପହଂଚିବା ପରେ ନୀଳକଣ୍ଠେଶ୍ଵର ମିଲ ନିକଟରେ ରାସ୍ତା କଡ଼ରେ ରହିଥିବା ଏକ କଲଭର୍ଟ ଉପରେ ବସି ରହିଥିଲେ lଏହି ସମୟର ହଠାତ ଏକ ଭାଲୁ ତାଙ୍କୁ ପଛ ପଟୁ ଆକ୍ରମଣ କରିଥିଲା l ଏଥିରେ ସାମ୍ବାଦିକ ସୁମିତ, ଶିକ୍ଷକ ବରାଳ ରାସ୍ତା କଡ଼ରେ ତଳେ ପଡ଼ି ଯାଇଥିଲେ ।ଏହି ସମୟରେ ମଇଦଲପୁର ପଟୁ ଆସୁଥିବା ଏକ ବୋଲେରୋ ହର୍ଣ ଦେବା ଯୋଗୁଁ ଭାଲୁ ଭୟଭୀତ ହୋଇ ଚାଲି ଯାଇଥିଲା l ଏଥିରେ ଦୁଇ ଜଣ ଅଳ୍ପକେ ଆହତ ହୋଇଥିଲେ l ଏହା ପରେ ଦଳେଇଗୁଡ଼ା ଗ୍ରାମର ବସନ୍ତ ଗୌଡ଼ ଏକ କାର ଯୋଗେ ତିନି ଜଣକୁ ଉଦ୍ଧାର କରି ନିଜ ନିଜ ଘରେ ପହଞ୍ଚାଇ ଥିଲେ lସନ୍ଧ୍ୟା ସମୟରେ ପାପଡାହାଣ୍ଡି ର ଅନେକ ମହିଳା, ପୁରୁଷ ସନ୍ଧ୍ୟା ଭ୍ରମଣ କରିବାକୁ ଯାଉଛନ୍ତି l ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ ଲୋକଙ୍କ ସୁରକ୍ଷା ଦେବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି l