ଜନଜାତୀୟ ଗୌରବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ l
ନବରଙ୍ଗପୁର, ୧୨/୧୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବିଡିଓ ଙ୍କ କାର୍ଯ୍ୟ|ଳୟ ପ୍ରକୋଷ୍ଠ ରେ ଜନଜାତୀୟ ଗୌରବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ବିଡିଓ ଶରତ ମାଝୀ ଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏହି ଦିବସ ପାଳନ ଅବସରରେ ଡାବୁଗାଁ ବ୍ଲକରୁ କିପରି ହିତାଧିକାରୀ ମାନେ ଯୋଗ ଦେବେ ଓ କିପରି ଭାବେ ସୁଚାରୁରୂପେ କାର୍ଯ୍ୟକ୍ରମ କରାଯିବ ସେ ନେଇ ଆଲୋଚନା ହୋଇଥିଲା | ଡାବୁଗାଁ ବ୍ଲକର ଘୋଡାଖୁଣ୍ଟା ଗ୍ରାମ ପଞ୍ଚାୟତ ଅଧୀନ କୁରୁପା ଗ୍ରାମରେ ଆସନ୍ତା ୧୫ ତାରିଖରେ ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ ପାଳନ କରାଯିବ | ଏହି ବୈଠକରେ ତହସିଲଦାର ଗୀତା ମୁର୍ମୁ, ବ୍ଲକ କୃଷି ଅଧିକାରୀ ସୁଦେଷ୍ଣା ଧଳ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଶୁଭାଶିଷ ସାହୁ, ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ଅଙ୍ଗନୱାଡି ସୁପରଭାଇଜର ବିମଳା କୁମାରୀ ନାୟକ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ରୋହିତ କିଶାନ, ବନପାଳ ଉମାକାନ୍ତ ପଟ୍ଟନାୟକ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |