ସଡ଼କ ଦୁର୍ଘଟଣା ରେ ଜଣେ ଫରେଷ୍ଟର ମୃତ୍ୟୁ ଦୁଇ ଜଣ ଗୁରୁତର
ଝରିଗାଁ, ୬/୧୧ (ନକୁଳ ଭତ୍ରା) : ପିକ୍ ଅପ୍ ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଫରେଷ୍ଟର ଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଫରେଷ୍ଟର ଗୁରୁତର ହୋଇଛନ୍ତି। ଅନ୍ୟାପଟେ ପିକ୍ ଅପ୍ ଡ୍ରାଇଭର ମଧ୍ୟ ଗୁରୁତର ରହିଛନ୍ତି। ଗୁରୁତର ତିନି ଜଣଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଭର୍ତ୍ତିକରି ପରେ ବିଶାଖାପାଟଣା ଙ୍କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଯୋଗ୍ୟ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଳକ ଡେଙ୍ଗା ଗୁଡ଼ା ଛକ ଭାରତ ମାଳା ରାସ୍ତାରେ ତିନି ଜଣ ପରେଷ୍ଟର ନିଜର ଟ୍ରେନିଂ ପାଇ ଉଦୟଗିରି ଯାଉଥିବା ବେଳେ ପିକ ଅପ୍ ସହ କାର ମୁହାଁମୁହିଁ ଧକ୍କା ହୋଇଥିଲା। ମୃତ୍ୟୁ ପରେଷ୍ଟର ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ରେଞ୍ଜର ଗୁପ୍ତ ପ୍ରସାଦ ମହାନ୍ତ । ଗୁରୁତର ଫରେଷ୍ଟର ମାନେ ହେଲେ ଉମରକୋଟ ପରେଷ୍ଟର କାମାକ୍ଷ ପ୍ରସାଦ ସ୍ୱାଇଁ ଓ ଝରିଗାଁ ଫରେ ଷ୍ଟର ତନୁଜ କୁମାର ପରିଛା । ସ୍ଥାନିୟ ଲୋକେ ଓ ପାପଡ଼ାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆହାତ ମାନଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରିଥିଲେ। ପରେ ବିଶାକାପାଟଣା କୁ ସ୍ଥାନାନ୍ତର କରିଥିଲେ ।