Hot Posts

6/recent/ticker-posts

ଆଡ଼ଗାଁ ଠାରେ ବାଲିଯାତ୍ରା ଅନୁଷ୍ଠିତ

ବରଗଡ଼, ୦୬/୧୧ ( ଭାଗିରଥି ଭୋଇ ) : ଏହି ବାଲିଯାତ୍ରା ବରଗଡ଼ ଜିଲ୍ଲା ଆଡଗାଁ ଠାରେ ବଙ୍ଗୋପ ସାଗର ଦେଇ ଦୂର ଦୁରାନ୍ତରେ ଆସୁ ଥିବା ବିଦେଶ କୁ ଯାଇ ବାଣିଜ୍ୟ ବ୍ୟବସାୟ କରି ଆସୁଥିଲେ I ପ୍ରତିବର୍ଷ କାର୍ତିକ ପୁର୍ଣିମା ଦିନ ଏହି ଯାତ୍ରା ଆରମ୍ଭ ହୋଇଥାଏ I ବର୍ଷା ମାସ ର ଅନ୍ତ ହେବା ସହ ବ୍ୟବସାୟ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ I ସମୁଦ୍ର ଦରିଆ ପାରି ହୋଇ ବ୍ୟବସାୟ ପାଇଁ ସେମାନଙ୍କୁ ବିଦାୟ ଦେଉଥଲେ ସାଧବ ବହୁ ମାନେ ସେହି ପ୍ରାଚୀନ ଓଡିଶା ର ସଂକୃତି ଓ ଐତିହ୍ୟ କୁ ବଞ୍ଚାଇ ରଖିବା ପାଇଁ ସମୟ କ୍ରମେ ବାଲିଯାତ୍ରା ଆରମ୍ଭ ହୋଇଥାଏ I ଓଡିଶା ର କଟକ ବାଲିଯାତ୍ରା ପାଇଁ ପ୍ରସିଦ୍ଧ ହୋଇଥିଲେ ମଧ୍ୟ ପଶ୍ଚିମ ଓଡିଶା ର ଆଡଗାଁ ଗ୍ରାମରେ ମଧ୍ୟ ବାଲିଯାତ୍ରା ଅନେକ କାଳରୁ ପାଳିତ ହୋଇ ଆସୁଛି I ଏହି ଚଳିତ ବର୍ଷ ମଧ୍ୟ ବଡ଼ ଧୁମ୍ ଧାମ ରେ ଆରମ୍ଭ ହୋଇ ଯାଇଛି ଆଡଗାଁ ବାଲିଯାତ୍ରା I ରଙ୍ଗୀନ ଆଲୋକ ର ମହଲ ଝଲସୁଛି ଆଡଗାଁ ଗ୍ରାମ Iଏହି ଉଦଘାଟନୀ ବାଲିଯାତ୍ରା ରେ ଶହ ଶହ ଭକ୍ତ ଓ ଗ୍ରାମବାସୀ ସମସ୍ତେ ଏଥିରେ ଅଂଶଗ୍ରହଣ କରିଥିଲେ I ଅଡଗାଁ ଠାରେ କାର୍ତ୍ତିକ ଶୁକ୍ଳ ପକ୍ଷ ଦଶମୀଠାରୁ ମାର୍ଗଶିର ପ୍ରତିପଦା ପର୍ଯ୍ୟନ୍ତ ସର୍ବମୋଟ ଛଅ ଦିନ ପାଇଁ ଏହି ଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରତିଦିନ ବିଭିନ୍ନ ପ୍ରକାର ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ I ପ୍ରତ୍ୟେକ ଦିନ ସକାଳରେ ଆଳତୀ, ପୂଜା-ପାଠ ସହ ସଂଧ୍ୟା ସମୟରେ ମଧ୍ୟ ଆଲତୀ, ଓ ଭକ୍ତି ସଂଗୀତ ର ଆୟୋଜନ ହୋଇଥାଏ। ପ୍ରତ୍ୟକ ଦିନ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାର ମାନେ ନିଜ କଳା ପ୍ରଦର୍ଶନ କରିବେ ଓ ଲୋକଙ୍କ ମନୋରଞ୍ଜନ କରିବେ I ନୃତ୍ୟ, ଗୀତ, ଆଦି କାର୍ଯ୍ୟକ୍ରମ ରେ ଦୁଲୁକିବା ଅଡଗାଁ ଗ୍ରାମ । 

ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ