Hot Posts

6/recent/ticker-posts

ଚିକିତ୍ସାଧିନ ଅବସ୍ଥାରେ ପ୍ରସୂତି ମହିଳାଙ୍କ ମୃତ୍ୟୁ

ଝରିଗାଁ, ୧୨/୧୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡାର ଜଣେ ପ୍ରସୂତି ମହିଳାଙ୍କ ଚିକିତ୍ସାଧିନ ଅବସ୍ଥାର ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ପ୍ରକାର ଗବାଗୁଡା ଗ୍ରାମର ଦୁର୍ଯ୍ୟୋନ ହରିଜନଙ୍କ ସ୍ତ୍ରୀ ଜ୍ୟୋତି ହରିଜନ (୩୦) ଗର୍ବବତୀ ହେବାପରେ ଗତ ତିନି ମାସ ହେବ ବାପା ଘର ଇଚ୍ଛାପୁର ଠାରେ ରହୁଥିଲେ। ତେବେ ଗତ କାଳି ରାତ୍ର ହଠାତ ପ୍ରସବ ଜନିତ ବ୍ୟଥା ଆରମ୍ଭ ହୋଇଥିଲା। ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତିକରି ଥିଲେ। କିଛି ସମୟ ପରେ ଜ୍ୟୋତି ଯାଆଁଳା (ପୁଅ ଓ ଝିଅ) ନବ ଜାତ ଶିଶୁ ଜନ୍ମ ଦେଇଥିଲେ। ପ୍ରସୂତି ପରେ ଜ୍ୟୋତି ଗୁରତର ହେବା ଯୋଗୁଁ ଉମରକୋଟ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରିଥିଲେ। ତେବେ ଉମର କୋଟ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ଆଜି ଦିନ ସାତ ଘଣ୍ଟା ସମୟର ମୃତ୍ୟ ହୋଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି। ପରିବାର ଲୋକେ ଝରିଗାଁ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କ ଅବହେଲା ଯୋଗୁଁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିବା ବେଳେ ଘଟଣା ନେଇ ଝରିଗାଁ ଗୋଷ୍ଟି ସ୍ଵାସ୍ଥ୍ୟ ଅଧିକାରୀ ଅରବିନ୍ଦ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ପରିବାର ଲୋକେ ଗର୍ଭବତୀ ମହିଳା ଙ୍କୁ ବିଲମ୍ୱ ରେ ଆନି ବା ସହ ରକ୍ତ ଶିଙ୍କୁଳି ରୋଗରେ ପିଡିତ ଥିବା ସୂଚନା ଦେଇନଥିଲେ। ଯାଆଁଳା ଛାଆଁ ଜନ୍ମ ହେବା ପରେ ଉନ୍ନିତ ଚିକିତ୍ସା ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିବା ସୂଚନା ଦେଇଥିଲେ।