ଗୁଡ୍ରିଗାଁ ଠାରେ ରାସ ଯାତ୍ରା ଉପଲକ୍ଷେ "ମହିରାବଣ ବଧ "ନାଚ ଅନୁଷ୍ଠିତ
ଫୁଲବାଣୀ, ୭/୧୧ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ୍ ଗୁଡ୍ରିଗାଁ ଠାରେ ପୂର୍ବ ପୁରୁଷ ରୁ ଆରମ୍ଭ ହୋଇଥିବା ରାସ ପୂର୍ଣ୍ଣମା ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏଥିରେ ସକାଳ ସନ୍ଧ୍ୟା ସମୟରେ ସମସ୍ତ ଭକ୍ତ ନୃସିଂହନାଥ ଠାକୁର ଙ୍କୁ ଦର୍ଶନ କରିବାକୁ ଆସିଥିବା ବେଳେ ପୂଜକ ମୁନି ଗୋସାଇଁ ରୀତିନୀତି ଅନୁସାରେ ପୂଜାପାଠ କରିଥିବା ଦେଖାଯାଇଛି । ପୂର୍ଣ୍ଣିମା ଦିନ ଦିନରାତି ପାଖାପାଖି ଗ୍ରାମର ଆସି ନଦିଆ କୀର୍ତ୍ତନ କରି ବହୁଆନନ୍ଦ ଉପଭୋଗ କରୁଥିଲେ। ରାସ ପୂର୍ଣ୍ଣିମା ଉପଲକ୍ଷେ ପ୍ରତିବର୍ଷ କାର୍ଯ୍ୟକ୍ରମ ହେଉଥିବା ବେଳେ ଏବର୍ଷ ମଧ୍ୟ ନୟାଗଡ଼ ରୁ ଆସିଥିବା "ମହି ରାବଣ ବଧ"ନାଚ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ କୁ ସଭାପତି କାର୍ତ୍ତିକ ରଣା, ସମ୍ପାଦକ ଗୋପାଳ ବରିକ, ଅଧିକାରୀ ଭାବଗ୍ରାହୀ ପ୍ରଧାନ , କୋଷାଧ୍ୟକ୍ଷ ପ୍ରଭାକର ସାହୁ, ମ୍ୟାନେଜର ଲମ୍ବୋଦର ବାରିକ, ମୂଖ୍ୟ ପରିଚାଳନା ପ୍ରଭାସ ପ୍ରଧାନ(କାଳିଆ) ପରିଚାଳନା କରିଥିବା ବେଳେ ଶିବାନନ୍ଦ ସାହୁ, ପ୍ରଶାନ୍ତ ସାହୁ, ସୁମନ ସାହୁ, ରମେଶ ସାହୁ, ପ୍ରଶାନ୍ତ ବେହେରା, ରମେଶ ସେଠୀ,ଆଶୋକ ସାହୁ ଏବଂ ଗୁଡ୍ରିଗାଁ ର ଯୁବ ଗୋଷ୍ଠୀ ତଥା ଗ୍ରାମର ମହିଳା ମାନେ ସହଯୋଗ କରିଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିୟୁଜ।