ବ୍ଲକ ସ୍ତରୀୟ ପରବ ଉତ୍ସବ ପ୍ରସ୍ତୁତି ବୈଠକ।
ଜୟପୁର, ୧୧।୧୧ ( ଏ. ଭେଙ୍କଟ ରାଓ ) : ଜୟପୁର ବ୍ଲକ ସ୍ତରୀୟ ଜିଲ୍ଲାର ଗଣପର୍ବ ପରବର ପ୍ରସ୍ତୁତି ବୈଠକ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ତିଳତ୍ତମା ମୁଦୁଲି ଉପାଧ୍ୟକ୍ଷ ଗଣେଶ ପାଢି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଏବଂ ବିଡ଼ିଅ ଶକ୍ତି ମହାପାତ୍ର ମିଞ୍ଚାଷିନ ହୋଇ ବ୍ଲକର ସମସ୍ତ ସମିତି ସଭ୍ୟ ସଭ୍ୟା ସରପଞ୍ଚ ମାନଙ୍କ ଉପସ୍ଥିତିରେ ପରବ ଉତ୍ସବ ପାଳନ ସମ୍ବନ୍ଧେ ଆଲଚୋନା କରିଥିଲେ। ଜିଲ୍ଲା ସ୍ତରୀୟ ପରବ ପର୍ୟଟନ ସ୍ଥଳ କୋଟି ଲିଙ୍ଗେଶ୍ୱର୍ ଶୈବପୀଠ କୁଟିନିପଦର ଠାରୁ ଚାଳିତ ମାସ ୧୨ ତାରିଖରେ ଆରମ୍ଭ ହୋବା ପରେ ଆଗାମୀ ୨୩ ତାରିଖରୁ ଡିସେମ୍ବର ୪ ତାରିଖ ମଧ୍ୟରେ ବ୍ଲକ ସ୍ତରୀୟ ପରବ ଉତ୍ସବ ପାଳନ ହେବ ଏହି କାର୍ଯ୍ୟକ୍ରମ ସ୍ଥାନୀୟ ପାରାବେଡ଼ା ସ୍ଥିତ ଜାଙ୍କଡଦେଇ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ସହରର ମା ଜଗତ ଜନନୀ ମନ୍ଦିରରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହେବ ବିଗତ ବର୍ଷ ମାନଙ୍କ ଭଳି ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକ ହେବ ଯଦି କିଛି ନୂତନ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରସ୍ତାବ ଆଶେ ତେବେ ଏହାକୁ ବିଚାର କରାଯିବ ଏହି କାର୍ଯ୍ୟକ୍ରମ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପୌରରେ ପରବ କାର୍ଯ୍ୟକ୍ରମ ସୂଚୀ ଜାରି ହେବାପରେ ବ୍ଲକ ସ୍ତରୀୟ ପରବର ଦିନ ତାରିଖ ଧାର୍ଯ୍ୟ କରାଯିବ ବୋଲି ଜୟପୁର ଗୋଷ୍ଟି ଉନ୍ନୟନ ଅଧିକାରୀ ଶକ୍ତି ମହାପାତ୍ର ସୂଚନା ଦେଇଛନ୍ତି।