ମ. ରାମପୁର - ରିଷିଡା ପୂର୍ତ୍ତ ରାସ୍ତାରେ ଡକାୟତି ଲୁଟେରାଙ୍କ ବଢୁଛି ଆତଙ୍କ
କର୍ଲାମୁଣ୍ଡା, (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରୁ ରିଷିଡା ପୂର୍ତ୍ତ ରାସ୍ତାରେ ଲୁଟେରାଙ୍କ ଆତଙ୍କ ରାଜ ଦେଖାଯାଇଛି I ଫଳରେ ଲୋକେ ଉକ୍ତ ରାସ୍ତାରେ ଯାତାୟତ କରିବାକୁ ଅସୁରକ୍ଷିତ ମନେ କରୁଛନ୍ତି I ସୂଚନା ଅନୁଯାୟୀ ଗତ କାଲି ସନ୍ଧ୍ୟା୬ଟା ସମୟରେ ଏହି ରାସ୍ତାର ଡଙ୍ଗାବାହାଲ ନିକଟରେ ବଡ଼ଡୁଙ୍ଗୁରୀଗୁଡା ଗ୍ରାମର ଅନୀଲ ମିଶ୍ର ନାମକ ଜୈନିକ ଯୁବକ ନିଜ ସ୍କୁଟିରେ ମ.ରାମପୁରରୁ ନିଜ ଘରକୁ ଆସୁଥିବା ବେଳେ ଏକ ବାଇକରେ ତିନିଜଣ ଯୁବକ ଆସି ହଠାତ୍ ତାଙ୍କୁ ଅଟକାଇ ସ୍କୁଟିର ଚାବି ନେଇଯାଇଥିଲେ I ସେମାନେ ତାଙ୍କୁ ବନ୍ଧୁକ ଦେଖାଇ ମୋବାଇଲ ଓ ମନିପର୍ସ ଛଡା ନେଇଥିଲେ I ତେବେ ସ୍କୁଟି ନେଇ ପାରିନଥିଲେ I ଖବରପାଇଁ ତୁରନ୍ତ ମ.ରାମପୁର ଥାନା ଅଧିକାରୀ ଓ ରିଷିଡ଼ା ପୋଲିସ ଫାଣ୍ଡି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଲୁଟେରା ମାନେ ଟମ୍ପଟ ମାରିଥିଲେ I ଦିନକୁ ଦିନ ଏହି ଅଞ୍ଚଳରେ ବାଇକ ଚୋରୀ ଡକାୟତ ଦଳ ମାନଙ୍କୁ ପ୍ରାର୍ଦୁଭାବ ବୃଦ୍ଧି ପାଇବାରେ ଲାଗିଛି I ଏଥି ପ୍ରତି ପୋଲିସ ପ୍ରସାଶନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଇଛି I