Hot Posts

6/recent/ticker-posts

ଆବାସ ହିତାଧିକାରୀ ଙ୍କୁ ମିଳୁନି ପ୍ରୋତ୍ସାହନ ରାଶି

ଝରିଗାଁ, ୮/୧୧ (ନକୁଳ ଭତ୍ରା) : ସରକାର, ଆବାସ ଯୋଜନାକୁ ତ୍ଵରାନ୍ଵିତ କରିବା ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି।ଆବାସ ଗୃହ କାର୍ଯ୍ୟଦେଶ ପାଇଥିବା ହିତାଧିକାରୀ ୪ମାସ ମଧ୍ୟରେ ଗୃହ ନିର୍ମାଣ ସଂପୂର୍ଣ୍ଣ କରିଲେ. ୨୦ ହଜାର ଟଙ୍କା ଏବଂ ୬ ମାସ ମଧ୍ୟରେ ଆବାସ ଗୃହ ସଂପୂର୍ଣ୍ଣ କରିଲେ ୧୦ ହଜାର ଟଙ୍କା ପ୍ରୋସାହନ ରାଶି ପ୍ରଦାନ କରିବାପାଇଁ ଘୋଷଣା କରିଛନ୍ତି । କିନ୍ତୁ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ସରକାଙ୍କ ଧାର୍ଯ୍ୟ ସମୟସୀମା ମଧ୍ୟରେ ହିତାଧିକାରୀ ମାନେ ଆବାସ ଗୃହ ନିର୍ମାଣ ସଂପୂର୍ଣ୍ଣ ପରେ ମଧ୍ୟ ପ୍ରୋସାହନ ରାଶି ମିଳୁନାହିଁ।ଝରିଗାଁ ବ୍ଳକରେ ୪ମାସ ମଧ୍ୟରେ ୩୧୪ ହିତାଧିକାରୀ ଏବଂ ୬ ମାସ ମଧ୍ୟରେ ୨୦୬ ହିତାଧିକାରୀ ଆବାସ ଗୃହ ସମ୍ପର୍ଣ କରିଛନ୍ତି। କିନ୍ତୁ ପ୍ରୋତ୍ସାହନ ରାଶି ମିଳୁନଥିବା ଅସନ୍ତେଷ ପ୍ରକାଶ କରିଛନ୍ତି । ଝରିଗାଁ ବ୍ଳକ, ବଡଟେମେରା ପଞ୍ଚାୟତ ରେ ଜଣ ହିତାଧିକାରୀ ସମୟ ସୀମା ମଧ୍ୟରେ ଆବାସ ଗୃହ ନିର୍ମାଣ ସଂପୂର୍ଣ୍ଣ କରିଛନ୍ତି। ସେହିପରି ବକଡ଼ାବେଡ଼ା ପଞ୍ଚାୟତ ରେ ୬ଜଣ ବାଣୁଆ ଗୁଡା ପଞ୍ଚାୟତରେ ୨ ଜଣ ବେଲଗାଁ ପଞ୍ଚାୟତରେ ଜଣ ଭାଳୁକନାଡି ପଞ୍ଚାୟତରେ ୩ଜଣ ଭିକ୍ଷା ପଞ୍ଚାୟତରେ ସର୍ବାଧିକ ୧୨୦ ଜଣ ଚଚା ପଞ୍ଚାୟତରେ ୪୯ଜଣ ଚକଲାପଦର ପଞ୍ଚାୟତରେ ୭ ଜଣ ଚାଟି ଗୁଡା ପଞ୍ଚାୟତରେ ୫ ଜଣ ଧମନାଗୁଡା ପଞ୍ଚାୟତରେ ୪୦ଜଣ ଡଙ୍ଗରୀଗୁଡ଼ା ପଞ୍ଚାୟତରେ ୮୧ ଜଣ ଏକମ୍ବା ପଞ୍ଚାୟତରେ ଜଣେ ଗୁରୁ ସିଙ୍ଗା ପଞ୍ଚାୟତରେ୨ ଜଣ ଇଚ୍ଛାପୁର ପଞ୍ଚାୟତରେ ୪ ଜଣ ଝରିଗାଁ ପଞ୍ଚାୟତରେ ୧୧ ଜଣ କାନାକୋଟ ପଞ୍ଚାୟତରେ ୪୯ ଜଣ କୁଟ୍ରି ଛାପର ପଞ୍ଚାୟତରେ ୨୫ ଜଣ ଫୁପୁଗାଁ ପଞ୍ଚାୟତରେ ୬ ଜଣ ରାତା ଖଣ୍ଡିଗୁଡ଼ା ପଞ୍ଚାୟତରେ ୨୧ ଜଣ ତେଲ ନଦୀ ପଞ୍ଚାୟତରେ ୧ ଜଣ ହିତାଧିକାରୀ ଆବାସ ଗୃହ ନିର୍ମାଣ କରିଥିଲେ। କିନ୍ତୁ ଆଜି ପର୍ଯନ୍ତ ପ୍ରୋସହନ ରାଶି ମିଳିନଥିଲା ମିଳିନ ଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଏଥି ଯୋଗୁଁ ବ୍ଳକରେ ଆବାସ ଗୃହ ଯୋଜନା ଗତିରେ ଚାଲିଥିବା ଅଭିଯୋଗ ହୋଇଛି । କିଛି ଦିନ ହେବ ୱେବସାଇଟ ଖୋଲା ହୋଇଛି। ହିତାଧିକାରୀ ମାନଙ୍କୁ ପ୍ରୋସାହନ ରାଶି, ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ.କରାଯାଇଥିବା ବ୍ଳକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।