ଜାତୀୟ ସେବା ଶିବିର ଉଦଯାପନ
ଫୁଲବାଣୀ, ୮/୧୧ (ବାଳକୃଷ୍ଣ କହଁର) : ଚକାପାଦ ବ୍ଲକ ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ପୋଷ୍ୟ ଗ୍ରାମ (ଗୁଡ୍ରିଗାଁ )ରେ ଦୀର୍ଘ ୭ ଦିନ ଧରି ଚାଲୁ ରହିଥିବା ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶିବିର ଉଦଯାପିତ ହୋଇଯାଇଛି । ଏଥିରେ ବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ରାମକୃଷ୍ଣ ମହାନ୍ତିଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଟିକାବାଲି କଲେଜର ଅଧ୍ୟକ୍ଷ ଶ୍ରୀ ଦିନବନ୍ଧୁ ମହାନ୍ତି ଓ ମୁଖ୍ୟ ବକ୍ତା ଭାବରେ ସେହି କଲେଜର ବରିଷ୍ଠ ଅଧ୍ୟାପକ ଶ୍ରୀ ବନମାଳୀ ବେହେରା । ସ୍ଵତନ୍ତ୍ର ଶିବିରରେ ଯୋଗଦେଇ ସମାଜ ସେବାରେ ନୟୋଜିତ କରିଥିବାରୁ ସ୍ଵେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଦେବା ସହିତ ଭବିଷ୍ୟତରେ ସୁସ୍ଥ ସମାଜ ଗଠନ କରିବାକୁ ଉପଦେଶ ଦେଇଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାନ୍ତି ଛାତ୍ର ଜୀବନରେ ସମାଜ ସେବା ବାବଦରେ । ମୁଖ୍ୟବକ୍ତା ଶ୍ରୀଯୁକ୍ତ ବେହେରା ସମାଜ ଓ ଦେଶ ପାଇଁ ଛାତ୍ରଛାତ୍ରୀ ମାନଙ୍କର ନୈତିକ ଦାଇତ୍ଵ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ ସମ୍ମାନିତ ଅତିଥି ଡଃ ବାବୁଲା ପାଟଜୋଶୀ ଶିବିରରେ ୫୦ ଜଣ ଙ୍କୁ ନେ଼ଇ ସ୍ଵେଚ୍ଛାସେବୀ ରହି ସେଠାରେ ଶଙ୍କରାଖୋଲ ଓ ପୋଷ୍ୟଗ୍ରାମ ଗୁଡ୍ରିଗା ରେ ସଫେଇ କାର୍ଯ୍ୟ , ବୃକ୍ଷ ରୋପଣ , ନାରୀଶିକ୍ଷା , ବାଲ୍ୟବିବାହ ଓ ଅନ୍ଧବିଶ୍ଵାସ ଦୂରୀକରଣ , ନିଶାମୁକ୍ତ ସମାଜ ଗଠନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ । ବିଭିନ୍ନ ଦିବସ ମାନଙ୍କରେ ଭୁବନେଶ୍ବର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଜାତୀୟ ସେବା ଯୋଜନାର ସଂଯୋଜକ ଡଃ ବିଶ୍ଵ ମୋହନ ଜେନା , ସ୍ଥାନୀୟ ନିଶାନିବାରଣ ଅନୁଷ୍ଠାନର ଶ୍ରୀ ମଳୟ ମହାନ୍ତି , ଲୋକନାଥ ରଣା , ସୁଯୋଗ ବେହେରା , ସମ୍ବାଦ ପ୍ରତିନିଧି ମନୋଜ କୁମାର ଗୌଡ ପ୍ରମୁଖ ଶିବିର ପରିଦର୍ଶନ କରି ସଚେତନ ବାର୍ତ୍ତା ଦେଇଥିଲେ । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ ଅଧ୍ୟାପକ ବୈକୁଣ୍ଠ ନାଥ ପଣ୍ଡା, ସଞ୍ଜୟ କୁମାର ନାୟକ , ସନ୍ୟାସୀ ଜେନା , ଏମ. ବାଳକ୍ରୀଷ୍ଣା ଦୋରା , ଅରବିନ୍ଦ ପଟ୍ଟନାୟକ ,କାହ୍ନୁ ଚରଣ ସାହୁ । ଅତିଥି ମାନଙ୍କ ଦ୍ଵାରା ସ୍ଵେଚ୍ଛାସେବୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଅଧ୍ୟାପିକା ଶ୍ରୀମତୀ ରିତାଞ୍ଜଳି ସାହୁ ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ରୀନାରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।