Hot Posts

6/recent/ticker-posts

କେରଣ୍ଡୀ ଗ୍ରାମରେ ନିଆଁ ଲାଗି ୩ ଟି ଧାନ ଗଦା ଜଳିଗଲା

ଡାବୁଗାଁ, ୧୨/୧୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନ କେରଣ୍ଡୀ ଗ୍ରାମରେ ବୁଧବାର ଅପରାହ୍ନ ୧ ଘ. ସମୟରେ କୌଣସି କାରଣରୁ ୩ ଟି ଧାନ ଗଦାରେ ନିଆଁ ଲାଗିଯାଇଥିଲା, ଧାନ ଗଦା ପୋଡି ଯାଇଛି । କେରଣ୍ଡି ଗ୍ରାମର ସନସାଏ ବିନ୍ଧାଣି ଏବଂ ମାନସିଂ ବିନ୍ଧାଣି ଙ୍କ ଖଳାରେ ଥିବା ୩ ଟି ଧାନ ଗଦାରେ ନିଆଁ ଲାଗି ଯାଇଥିଲା । ଲୋକେ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିବା ସହ ଡାବୁଗାଁ ଅଗ୍ନିଶମ କେନ୍ଦ୍ରକୁ ଫୋନ କରିଥିଲେ |ଖବରପାଇ ଦମକଳ ଗାଡି ପହଞ୍ଚିବା ପରେ ନିଆଁକୁ ଆୟତ୍ତ କରିଥିଲେ | ଏହି ଦୁଇ ଚାଷୀଙ୍କ ସମସ୍ତ ଫସଲ ପ୍ରାୟ ଅନ୍ୟୁନ ୧ଲକ୍ଷ ଟଙ୍କାରୁ ଅଧିକ ନଷ୍ଟ ହୋଇ ଯାଇଛି । ଏଥିରେ ଡାବୁଗାଁ ଅଗ୍ନିଶମ କେନ୍ଦ୍ର ଭାରପ୍ରାପ୍ତ ଅଗ୍ନିଶମ ଅଧିକାରୀ ହିମାଂଶୁ ଶେଖର ନାୟକ, ଏଲଏଫଏଫ ଲକ୍ଷ୍ମୀଧର ଜାନୀ, ଏଫଏଫଡି ପ୍ରସନ୍ନ ବିଶ୍ଵାଳ ଓ ୪ ଜଣ ଅଗ୍ନିଯୋଦ୍ଧା ମାନେ ସାମିଲ ରହି ନିଆଁକୁ ଆୟତ୍ତ କରିବାରେ ସହଯୋଗ କରିଥିଲେ |