ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ବିଭିନ୍ନ ଦାବି ନେଇ ପ୍ରାଥମିକ ଶିକ୍ଷା ନିର୍ଦେଶକ ଙ୍କୁ ଦାବିପତ୍ର ପ୍ରଦାନ
କୋରାପୁଟ, ୧୦/୧୧ ( ଗୁପ୍ତ ପ୍ରସାଦ ପତ୍ରିକା ) : କୋରାପୁଟ ଜିଲ୍ଲା ଶିକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରି ଙ୍କ ବିଭିନ୍ନ ସମସ୍ୟାର ଆଶୁ ସମାଧାନ ନିମନ୍ତେ ତା ୩୧.୧୦.୨୦୨୫ ରିଖ ଦିନ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟ ଙ୍କୁ ୧୦ ଦଫା ଦାବି ପୁରଣ ନିମନ୍ତେ ଦାବି ପତ୍ର ପ୍ରଦାନ କରିଥିଲେ, ବର୍ତ୍ତମାନ ଶ୍ରୀ ଦାଶ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦେଶକ ଶ୍ରୀ ବାଳ ମୁକୁନ୍ଦ ଭୂୟାଁ ଙ୍କ ସହିତ ଆଲୋଚନା କରିବା ସହିତ କୋରାପୁଟ ଜିଲ୍ଲା ରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ସମସ୍ୟା ର ସମାଧାନ ନିମନ୍ତେ ଦାବି ପତ୍ର ପ୍ରଦାନ କରିଥିଲେ, ଦାବି ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଜଣେ ମାତ୍ର ଶିକ୍ଷକ ଶିକ୍ଷୟିତ୍ରୀ ରେ ବିଦ୍ୟାଳୟ ଚାଲୁଥିବା ବେଳେ ସେମାନେ ଚାପଗ୍ରସ୍ତ ହୋଇ ରହୁଛନ୍ତି ସେହି ସ୍ଥାନରେ ଶିକ୍ଷକ ଯୋଗାଇବା, ଆବଶ୍ୟକ ରହିଥିବା ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ନିଯୁକ୍ତି କରିବା, ଉପାନ୍ତ ଅଞ୍ଚଳ ରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ମାନଙ୍କୁ ଉପଯୁକ୍ତ ସ୍ଥାନ କୁ ବଦଳି କରି ଆଣିବା, ସ୍ବାସ୍ଥ୍ୟ ଗତ ସମସ୍ୟା ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉପଯୁକ୍ତ ସ୍ଥାନ କୁ ବଦଳି କରି ଆଣିବା, କର୍ମାନ୍ତର ପ୍ରେରଣ ହୋଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯେଉଁ ବିଦ୍ୟାଳୟ ରେ କାର୍ଯ୍ୟରତ ସେମାନଙ୍କୁ ସେହି ବିଦ୍ୟାଳୟ ରେ ନିୟମିତ କରିବା. ଅତି ଶିଘ୍ର କୋରାପୁଟ ଜିଲ୍ଲା ରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସମସ୍ୟା ଦୂର ହେବା ନେଇ ନିର୍ଦେଶକ ସୁଚନା ଦେଇଥିବା ଶ୍ରୀ ଦାଶ୍ ସଭାପତି ପ୍ରକାଶ କରିଛନ୍ତି
କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପଟ ନବଦୂତ ନ୍ୟୁଜ