Hot Posts

6/recent/ticker-posts

ଲୁଟ ଯୋଜନା କରୁଥିବା ବେଳେ ମାଡ଼ିବସିଲା ଭବାନୀପାଟଣା ପୋଲିସ, ୫ ଅଭିଯୁକ୍ତ ଗିରଫ

ଭବାନୀପାଟଣା, ୧୦/୧୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ରାତ୍ରି ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ କରିବା ପାଇଁ ଯୋଜନା କରୁଥିବା ଗୋଟିଏ ଅପରାଧିକ ଦଳକୁ ଭବାନୀପାଟଣା ଟାଉନ ଥାନା ପୋଲିସ ମାଡି ବସି ଗିରଫ କରିଛି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଗୁପ୍ତ ସୂଚନା ଆଧାରରେ ଏକ ଟିମ୍  ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅପରେସନ ଚଳାଇଥିଲା। ଅଭିଯୁକ୍ତମାନେ ଲୋକଙ୍କୁ ଭୟଭୀତ କରି ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଲୁଟିବା ଯୋଜନା କରୁଥିଲେ ବୋଲି ପୋଲିସ ଜଣାଇଛି। ମୋଟ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି, ଯାହାମଧ୍ୟରୁ ୨ ଜଣ ଜୁନାଗଡ଼ ସହରର ରହିଥିବା ସୂଚନା ମିଳିଛି। ପୋଲିସ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ ମୋବାଇଲ ଜବତ କରିଛି। ଅଭିଯୁକ୍ତମାନଙ୍କ ବିରୋଧରେ ସଂପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଥିବା ସହିତ ଅଧିକ ତଦନ୍ତ ଚାଲିଛି ବୋଲି ପୋଲିସ ସୂଚନା ଦେଇଛି।