Hot Posts

6/recent/ticker-posts

ଦାମୋଦର କଟା ଦୂଷିତ ପାଣି ମାମଲା ସିଲ୍ ହେଲା ବିଜେପୁର ର ସୀତାରାମ ଫୁଡ୍ ରାଇସ ମିଲ

ବିଜେପୁର, ୦୭/୧୧ ( ଚୂଡ଼ାମଣି ସାହୁ ) : ଆରମ୍ଭ କରିବା ଆଜିର ବଡ଼ ଖବର ରୁ ବିଜେପୁର ନିଉଜ୍ ର 72 ଘଣ୍ଟା ପରେ ପ୍ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେପୁର ଏନ୍.ଏ.ସି.। ଦାମୋଦର କଟା ଦୂଷିତ ପାଣି ମାମଲା ରେ ଆକ୍ସନ ମୁଡ୍ ରେ ଥିବା ଏନ୍.ଏ.ସି. ପକ୍ଷରୁ ସୀତାରାମ ଫୁଡ୍ ରାଇସ ମିଲ କୁ ଆଜି ସିଲ୍ କରାଯାଇଛି। ଗତ ଦୁଇଦିନ ହେବ ବିଜେପୁର ର ଶହ ଶହ ମହିଳା ବସ ଷ୍ଟାଣ୍ଡ ରୁ ଏନ୍.ଏ.ସି. ଅଫିସ ପର୍ଯ୍ୟନ୍ତ ପଦଯାତ୍ରା କରି ଦାମୋଦର କଟାରେ ଦୂଷିତ ପାଣି ପ୍ରବେଶ ନେଇ ଲିଖିତ ଅଭିଯୋଗ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ବିଜେପୁର ସ୍ଥିତ ସୀତାରାମ ଫୁଡ୍ ରାଇସ ମିଲରୁ ବାହାରୁଥିବା କେମିକାଲ ଯୁକ୍ତ ପାଣି ଦାମୋଦର କଟାରେ ପଡ଼ୁଥିଲା, ଯାହା ଫଳରେ ପାଣି ଦୂଷିତ ହେବା ସହ ଦୁର୍ଗନ୍ଧ ସୃଷ୍ଟି ହେଉଥିଲା। ଏହି ପାଣି ବ୍ୟବହାରରୁ ବିଭିନ୍ନ ରୋଗ ସଂକ୍ରମଣ ହେବା ସନ୍ଦେହ ଜନ୍ମ ନେଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହି ଖବରକୁ ଖବର ପ୍ରସାରଣ କରିବା ପରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଆଦେଶ ଅନୁଯାୟୀ, ଆଜି ଅତିରିକ୍ତ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ, ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୁଦତ୍ତ ସାହୁ ଓ ପୋଲିସ ଦଳ ଉପସ୍ଥିତିରେ ସମ୍ପୂର୍ଣ୍ଣ ମିଲ୍ କୁ ସିଲ୍ କରାଯାଇଛି। ,ମିଲ୍ ପକ୍ଷରୁ ୨୮,୦୦୦ ଟଙ୍କା କ୍ଷତିପୂରଣ ତିନି ଦିନ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ପଦକ୍ଷେପ ନେଇ ଅଞ୍ଚଳବାସୀ ମଧ୍ୟ ସନ୍ତୋଷ ପ୍ରକାଶ କରିଛନ୍ତି ଓ ଭବିଷ୍ୟତରେ ଏପରି ଦୂଷଣ ଘଟଣା ନ ହେଉ ବୋଲି ଦାବି କରିଛନ୍ତି। 


ବିଜେପୁର ରୁ ଚୂଡ଼ାମଣି ସାହୁ ଙ୍କ ରିପୋର୍ଟ