Hot Posts

6/recent/ticker-posts

ପାଣିରେ ବୁଡି ୧୪ ବର୍ଷର ବାଳକ ର ମୁତ୍ୟୁ

ଝରିଗାଁ ୮।୧୧ (ନକୁଳ ଭତ୍ରା) : ପାଣିରେ ବୁଡ଼ି ଜଣେ ୧୪ ବର୍ଷର ବାଳକର ମୃତ୍ୟୁ ଘଟିଛି । ସୂଚନାପ୍ରକାର ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଫୁପୁଗାଁ ପଞ୍ଚାୟତ ଅନ୍ତର୍ଗତ ବାରବାକୁଳି ଗାଁର ଉଦୟ ସାନ୍ତାର ପୁଅ ରାଜେଶ ସାନ୍ତା( ୧୪) ଗତକାଲି ସନ୍ଧ୍ୟା ପ୍ରାୟ ୬ ଙ୍ଘଟିକା ସମୟରେ ଶୌଚ ହେବା ପାଇଁ ଘରଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ଏକ ପୋଖରୀ କୁ ଯାଇଥିଲା । ହେଲେ ଘରକୁ ନ ଫେରିବାରୁ ଘର ଲୋକେ ଖୋଜିବା ଆରମ୍ଭ କରିଥିଲେ। ଆଜି ସକାଳୁ ରାଜେଶଙ୍କ ବଡଭାଇ ଅଖିଳ ସାନ୍ତା (୩୫) ଭକ୍ତ ପୋଖରୀକୁ ଶୋଚ ହେବାକୁ ଯାଇ ପୋଖରୀ କୂଳରେ ନିଜ ଭାଇର ପେଣ୍ଟ ସାର୍ଟ ରହିଥିବା ଦେଖି ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ଦମକଳ ବିଭାଗକୁ ଜଣେଇବା ସହିତ ଝରିଗାଁ ଥାନାରେ ଏତଲା ଦେଇଥିଲେ। ଆଜି ସକାଳୁ ଦମକଳ ବିଭାଗ, ପୋଖରୀ କ ପହଞ୍ଚି ରାଜେଶର ମୃତଦେହ ପାଣିରୁ କାଢିବା ପରେ ଝରିଗାଁ ଥାନାରେ ଅଧିକାରୀ ପ୍ରଦୀପ କୁମାର ଶବର ନିଜ ଟିମ ସହିତ ଘଟଣା ସ୍ଥାନରେ ପହଞ୍ଚି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଛେଦ ପାଇଁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇ ଶବ ବ୍ୟବଛେଦ ପରେ ପରିବାର, ଲୋକଙ୍କୁ ଶବ ହସ୍ତାନ୍ତର କରିଛନ୍ତି। ଅଞ୍ଚଳ ରେ ଖବରଟି ପ୍ରସାରଣ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।