Hot Posts

6/recent/ticker-posts

ଅବିଭକ୍ତ କୋରାପୁଟ ମାଟିର ସୁନାମ ଧନ୍ୟ ତଥା ଲୋକପ୍ରିୟ କଳାକାର ଏଚ୍ ବଚନ ଙ୍କ ପରଲୋକ ।

କୋରାପୁଟ, ୦୭/୧୧ ( ସୁରେନ୍ଦ୍ର ଖୋସଲା ) : ଗତ ତା ୦୬/୧୧/୨୦୨୫ ରିଖ ରାତ୍ର ୭ ଘଣ୍ଟା ସମୟରେ କୋରାପୁଟ ଜିଲ୍ଲା ର ସୁନାମ ଧନ୍ୟ କଳାକାର ଏଚ୍ ବଚନଙ୍କ ମୃତ୍ୟୁ ହୋଇଛି । ତାଙ୍କ ଶରୀର ଅସୁସ୍ଥ ଥିବାରୁ ତାଙ୍କୁ ଚିକିତ୍ସା ନିମନ୍ତେ DHH JEYPORE ରେ ଭର୍ତ୍ତି କରାଯାଇ ଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏଚ୍ ବଚନ ଜଣେ ଜଣା ଶୁଣା ସଙ୍ଗୀତ କଳାକାର ଥିଲେ ,ସେ ଅନେକ ଦେଶିଆ ଗୀତ ର ରଚୟିତା , କଣ୍ଠଶିଳ୍ପୀ ଏବଂ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ପରିଚିତ ଥିଲେ । ସେ ଅନେକ ଖ୍ରୀଷ୍ଟୀୟ ଭକ୍ତି ଗୀତ ମଧ୍ୟ ରଚନା କରି କଣ୍ଠଦାନ କରୁଥିଲେ । ସେ ଜୟପୁର ଜମୁନାଗୁଡ଼ା ବାସଭବନରେ ତାଙ୍କ ପରିବାର ସହିତ ବାସ କରି ଆସୁଥିଲେ , ସେ ଅତି ସରଳ ଓ ପରୋପକାରୀ ବ୍ୟକ୍ତି ଥିଲେ । ଆଜି ତାଙ୍କର ବିୟୋଗରେ ଜୟପୁର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

କୋରାପୁଟରୁ ସୁରେନ୍ଦ୍ର ଖୋସଲା ଙ୍କ ରିପୋର୍ଟ,ନବଦୁତ ନିଉଜ।