ରିଷିଡ଼ା ଜେ.କେ କଲେଜ ରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ
କର୍ଲାମୁଣ୍ଡା, ୧୦/୧୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଜୁନିଅର କଲେଜ ଠାରେ ଆଜି କଳାହାଣ୍ଡି KISS ଶିକ୍ଷାନୁଷ୍ଠାନ ଶାଖା ତରଫରୁ ଏକ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ଏଠାରେ କଳାହାଣ୍ଡି KISS ର Assistant CEO ଦୁଷ୍ମନ୍ତ କୁମାର ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଭାବକ ମାନଙ୍କୁ KISS ଅନୁଷ୍ଠାନ ଓ ଡ଼. ଅଚ୍ୟୁତ ସାମନ୍ତଙ୍କ ଏହି ଆଦିବାସୀ ଶିକ୍ଷ୍ୟାନୁଷ୍ଠାନ ସାରା ପୃଥିବୀରେ କିପରି ବିରଳ ସେ ବିଷୟରେ କହିଥିଲେ I KISS ଆଗକୁ ଅଭିଭାବକ ସମିଳନୀ ଭୁବନେଶ୍ୱର ଠାରେ ଥିବାରୁ କର୍ଲାମୁଣ୍ଡା ବ୍ଲକ ରୁ କିପରି ଅଭିଭାବକ ଯାଇପାରିବେ ସେ ବିଷୟରେ ଧାରଣା ଦେଇଥିଲେ | କଳାହାଣ୍ଡି KISS ସ୍କୁଲର ଶିକ୍ଷୟୀତ୍ରି ସୁପ୍ରିୟା ପଣ୍ଡା, ଶିକ୍ଷକ ସୁରେନ୍ଦ୍ର ମାଝୀ ଓ kiss ଶୁଭେଛୁ ଦ୍ରୋଣାଚାର୍ଯ୍ୟ ମାଝୀ ଯୋଗ ଦେଇଥିଲେ I kiss ପୁରାତନ ଛାତ୍ର ନୀଳାମ୍ବର ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଦୁଷ୍ମନ୍ତ ମିର୍ଧା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I ଉକ୍ତ ସମ୍ମିଳନୀରେ କର୍ଲାମୁଣ୍ଡା ବ୍ଲକ ସହିତ ମ. ରାମପୁର ଓ କେସିଙ୍ଗା ବ୍ଲକ ରୁ ୪୦ ଜଣ ଅଭିଭାବକ ଯୋଗ ଦେଇଥିଲେ I