ପାଇକମାଳ ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା
ପାଇକମାଳ, ୧୧/୧୧ ( କୃଷ୍ଣ ଚନ୍ଦ୍ର ସାହୁ ) : ଗତକାଲି ପାଇକମାଳ ବ୍ଲକ ସ୍ତରୀୟ ମସ୍ତ୍ୟ ଓ ପ୍ରାଣୀ ସମ୍ପଦ ମେଳା ସୋମବାର ହାଇ ସ୍କୁଲ ପଡିଆରେ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। ଏନେଇ ଅନୁଷ୍ଠିତ ସଭାରେ ପାଇକମାଳ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବରଗଡ ସାଂସଦ ପ୍ରଦୀପ କୁମାର ପୁରୋହିତ ଯୋଗ ଦେଇ ଥିବାବେଳେ,ମୁଖ୍ୟ ଅତିଥି ଭାବରେ ବ୍ଲକ ଚେୟାରମ୍ୟାନ ଭାବନା ସିଂ, ସମ୍ମାନିତ ଅତିଥି ଭାବେ ଏଡିଭିଓ ଅକ୍ଷୟ କୁମାର ମହାଳିଙ୍ଗ, ବିରୂପ।କ୍ଷ ନାୟକ , ଡ଼ିଓଏଫନୀଳାମ୍ବର କଳାକାର, ମସ୍ୟ ଅଧିକାରୀ ବରଗଡ ଶୁଭଶ୍ମିତା ଘଡେଇ, ଏସ ପାତ୍ର, ବିଇଓ ଅଦନ ସୁନା,ଵୟୋଜ୍ୟେଷ୍ଟ ସମାଜସେବୀ ବଡ ଶତପଥୀ ପ୍ରମୁଖ ଯୋଗଦେଇ ପ୍ରଥମେ ଭଗବାନ ଙ୍କ ଫୋଟୋ ଚିତ୍ର ରେ ପୂଜନ କରିଥିଲେ, ଏହାପରେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିବାବେଳେ, ପ୍ରଥମ ହୋଇ ପାଇକମାଳରେ ବ୍ଲକ ସ୍ତରୀୟ ମସ୍ୟ ଓ ପ୍ରାଣୀ ସମ୍ପଦ ମେଳା କରାଯାଉଥିବାରୁ ସାଂସଦ ଶ୍ରୀ ପୁରୋହିତ ଖୁସି ବ୍ୟକ୍ତ କରିଥିଲେ, ଏଥିରେ ସଗୁପ୍ତା ହସନ, ମୋହିତ ରାମ ଝଗରା, ବିରଜାମହିଳା ସ୍ୱୟଂ ସାହାୟିକା ଗୋଷ୍ଠୀ, ଉମାକାନ୍ତ ଶତପଥି,, ଗୌରାଙ୍ଗ ସାହୁ, ଅନ୍ନପୂର୍ଣ୍ଣା ମହିଳା ସ୍ୱୟଂ ସାହାୟିକା ଗୋଷ୍ଠୀ, ପୁଷ୍ପଲତା ସାହୁ, ଓ ଶତାବ୍ଦୀମେହେର ପ୍ରମୁଖଙ୍କୁ କୁକୁଡ଼ା ପାଳନ, ମାଛ ଚାଷ, ପୋଖରୀ ଖନନ, ଦୁଗ୍ଧ ଉତ୍ପାଦନ, ମାଛ ଯାଆଲା, ଛେଳି ଚାଷ, ଗାଇ ପାଳନ ବିଭିନ୍ନ କ୍ଷେତ୍ର ରେ ଆତ୍ମନିର୍ଭରସିଲ ହୋଇଥିବାରୁ ମୁଖ୍ୟ ଅତିଥି ସାଂସଦ ଶ୍ରୀ ପୁରୋହିତ ପୁରସ୍କୃତ କରିଥିଲେ। ଶେଷରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇ ଥିଲା। ଏବିଏଫ ମଧୁସ୍ମିତା ବେହେରା ଧନ୍ୟବାଦ ଦେଇ ଥିଲେ।
ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ