ଚନ୍ଦନ ଧାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି
ଝରିଗାଁ, ୧୨/୧୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଟେମେରା ପଞ୍ଚାୟତ ଅନ୍ତର୍ଗତ ସର୍ବ ପୁରାତନ ଚନ୍ଦନ ଧାରା ଶୈବପିଠ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି । ଘଞ୍ଚ ଜଙ୍ଗଳ ଭିତରେ ରହିଥିବା ଶୈବପିଠ ଜଳ ପ୍ରପାତ ଓ ପ୍ରାକୃତିକ ସୌଧର୍ଯ୍ୟ ଉପଭୋଗ କରିବାପାଇଁ ପଯ୍ୟଟକ ମାନଙ୍କ ପରିଳକ୍ଷତ ହୋଇଥାଏ। ସୂଚନା ପ୍ରକାରେ ୧୯୬୪ ମସିହାରେ ବଡ ଟେମରା ପଞ୍ଚାୟତ ଠାରୁ ତିନି କିଲୋମିଟ ଦୂରରେ ଥିବା ଚନ୍ଦନ ବନ ପରିସରରେ ଏକ ଜଳ ପ୍ରପାତ ନିକଟରେ ଶିବ ଲିଙ୍ଗ ରହିଥିବା ସ୍ଥାନିୟ ଲୋକ ଦେଖିଥିଲେ। ଏହାପରେ ସ୍ଥାନିୟ ଲୋକ ଛୋଟିଆ ଛାଲ ଘର ତିଆରି କରି ପୂଜା ଅର୍ଚନା ଆରମ୍ଭ କରିଥିଲେ। ଚନ୍ଦନ ବନରେ ଶିବଲିଙ୍ଗ ଆର୍ଭିବାହ ହୋଇଥିବା ଯୋଗୁଁ ଏହି ସ୍ଥାନ କୁ ଚନ୍ଦନ ଧାରା ଶୈବପିଠ ଓ ଚନ୍ଦନ ଧାରା ଜଳ ପ୍ରପାତ ବୋଲି କୁହାଯାଉଛି। ତତ୍କାଳିନି ନବରଙ୍ଗପୁର ଜିଲ୍ଲା ପାଳ ଅରବିନ୍ଦ ପାଢି ପଞ୍ଚାୟତବାସୀଙ୍କ ଆର୍ଥିକ ସହାୟତା ସ୍ଥାନୀୟ ପ୍ରତିନିଧି ପର୍ଯଟନ ବିଭାଗରରୁ ଅନୁଦାନ ମିଳିବାରୁ ମନ୍ଦିର ସହ ପାର୍ଶ୍ଵ ମନ୍ଦିର ଆଲୋକୀକରଣ ସହ ଭିତ୍ତିଭୂମିର ବିକାଶ କରାଯାଇଛି। ଚନ୍ଦନ ଧାରା ଶୈବ ପିଠ ଘଞ୍ଚ ଜଙ୍ଗଲ ଭିତରେ ରହିଥିବା ବେଳେ ଅତି ଆକର୍ଷଣୀୟ ମନ୍ଦିର ନିର୍ମାଣ ହୋଇଛି। ସେହିପରି ଶୈବ ପିଠ ଠାରୁ କିଛି ଦୂରରେ ରହିଛି । ମା' ପାର୍ବତଙ୍କ ମନ୍ଦିର ମା' ପାର୍ବତୀଙ୍କ ମନ୍ଦିରକୁ ଯିବା ପାଇଁ ଭକ୍ତଙ୍କୁ ୧୨୧ପାହାଚ ତଳକୁ ଯିବାକୁ ପଡ଼େ । ସେଠାରେ ଗୁମ୍ଫା ମଧ୍ୟରେ ମନ୍ଦିର ରହିଛି । ସେହି ଭଳି ଶୈବପିଠ ଠାରୁ କିଛି ଦୂରରେ ଜଙ୍ଗଳ ମଧ୍ୟରେ ରହିଛି ବନଦୁର୍ଗା ମନ୍ଦିର ୧୦୧ ପାହାଚ ତଳକୁ ଏବଂ ୫୧ପାହାଚ ଉପରକୁ ଯିବା ପରେ ବନଦୁର୍ଗା ମନ୍ଦିର ନିର୍ମାଣ ହୋଇଛି। ସେହିପରି ୩୧ ପାହାଚ ଅତିକ୍ରମ ପରେ ଚଣ୍ଡୀ ମନ୍ଦିର ରହିଛି। ଶୈବପିଠର ଠିକ ସମ୍ମାନାରେ ରହିଛି ବଡ ଗଣେଶ ମନ୍ଦିର କମିଟି ପକ୍ଷରୁ ଭୋଜିଭାତ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି।ଛୋଟ ଶିଶୁଙ୍କ ପାଇଁ ପାର୍କ ଏବଂ ଲୋକଙ୍କ ପାଇଁ କଲ୍ୟାଣ ମଣ୍ଡପ ତିଆରି କରାଯାଇଛି। ଚନ୍ଦନଧାରା ଜଳପ୍ରପାତ ଏବଂ ଘଞ୍ଚ ଜଙ୍ଗଳ ସହ ସୁସ୍ଥ ପରିବେଶର ପ୍ରର୍ଯ୍ୟଟଙ୍କୁ ସବୁବେଳେ ପ୍ରଲୋଭିତ କରୁଛି।ଆସନ୍ତି। ଡିସେମ୍ବର ଏବଂ ଜାନୁୟାରୀ ମାସରେ ଭକ୍ତ ଏ ପର୍ଯ୍ୟଟକଙ୍କ ପ୍ରଭୋଲ ଭିଡ଼କୁ ଦୃଷ୍ଟି ରଖି କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇ ଥିବା ସଭାପତି ରାଜନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।