Hot Posts

6/recent/ticker-posts

କୁମେଲସିଂ ରାସଯାତ୍ରା ଉଦଯାପିତ

କନ୍ଧମାଳ, ୮/୧୧ (ଅଚ୍ୟୁତ ଯାନୀ) : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଲୁଇସିଂ ପଞ୍ଚାୟତ କୁମେଲସିଂ ଠାରେ ରାସପୂର୍ଣିମା ଯାତ୍ରା ଉଦ୍ ଯାପିତ ହୋଇ ଯାଇଛି । ସୂଚନା ପ୍ରକାରେ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ କୁମେଲସିଂ ଗ୍ରାମରେ କାର୍ତ୍ତିକ ମାସର ବ୍ରତ ପାଞ୍ଚ ଦିନ ପଞ୍ଚକ ପାଳନ କରାଯାଇଥିବା ବେଳେ ରାସ ପୂର୍ଣ୍ଣିମା ଦିନ ଶେଷ ହୋଇଥିଲା । ଗୁରୁବାର ଦିନ ସକାଳେ ସୋନପୁର ମହିଳା ସଂଙ୍କୀର୍ତ୍ତନ ର ବୈଠକ ହୋଇଥିଲା ଏବଂ ସଂନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୁଇସିଂ ସମିତି ସଭ୍ୟ କାଳିଆ କହଁର ଯୋଗଦେଇ ଉଦଘାଟନ କରିଥିଲେ ଏଥିରେ "କଂସ ବଧ ନାଟକ " ମଞ୍ଚସ୍ଥ ହୋଇ ଥିଲା । ଶୁକ୍ରବାର ଦିନ ଉଦ୍ ଯାପନି ହୋଇଥିଲା ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫିରିଙ୍ଗିଆ ଅଧ୍ୟକ୍ଷା ନମିତା କହଁର , ମୁଖ୍ୟବକ୍ତା ଜିଲ୍ଲାବିଜେଡି ଯୁବ ସଭାପତି ବିଷ୍ଣୁଚରଣ ମଲିକ, ସମ୍ମାନୀତ ଅତିଥି ରୂପେ ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର, କଣ୍ଠଶିଳ୍ପୀ ଜଳନ୍ଧର ବେହେରା, ଶ୍ରମିକ ନେତା ଘନ ଶବର,ଲୁଇସିଂ ସରପଞ୍ଚ ପ୍ରତିନିଧି ତଥା ଯୁବନେତା ଆଲୋକ କହଁର,ସଂଙ୍କୀର୍ତ୍ତନ ଗୁରୁ ପଞ୍ଚୁଦେବ ପ୍ରଧାନ,ପକାରୀ ସମିତି ସଭ୍ୟ ଅରୁଣ ଦିଗାଲ,କୁଏର ମାଣ୍ଡୁ ସମିତି ସଭ୍ୟ ପଞ୍ଚାନନ ଦିଗାଲ ପ୍ରମୁଖ ଉପସ୍ଥିତ ଥିଲେ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଓଡିଆ ସିନେ ଅଭିନେତା ସବ୍ୟସାଚୀ ମିଶ୍ର ଓ ପଶ୍ଚିମ ଓଡ଼ିଶାର ଜଣାଶୁଣା ହାସ୍ୟ ଅଭିନେତା ଯୋଗେଶ ଜୋଜୋ ମୁଖ୍ୟ ଆକର୍ଷଣ ହୋଇଥିଲେ । ତଦ୍ ସହିତ କନ୍ଧମାଳ ଗୀତିକାର ଜଳନ୍ଧର ବେହେରା ନିଜର କୁଈଗୀତ "ବେଜାମୁ ମନ ସିଆନା " ଗୀତ ଗାଇ ସିନେ ତାରକା ସବ୍ୟସାଚୀଙ୍କୁ ଆକର୍ଷିତ କରିବା ସହ ଲୋକ ମାନଙ୍କ ମନ ମୋହି ଥିଲେ । ପାଗ ଅନୁକୂଳ ଥିବାରୁ ହଜାର ହଜାର ଦର୍ଶକ ଉପସ୍ଥିତ ହୋଇ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।ଏଥିରେ ମଞ୍ଚ ପରିଚାଳନା କରିଥିଲେ ଅଞ୍ଚଳର ଜଣାଶୁଣା ଉପସ୍ଥାପକ ବିବତ୍ସ ବଗର୍ତ୍ତୀ ।