Hot Posts

6/recent/ticker-posts

ବିନ୍ଧାଣୀ-ସାନଡୁଙ୍ଗୁରିଗୁଡା ରାସ୍ତା ଶୋଚନୀୟ

କର୍ଲାମୁଣ୍ଡା, ୦୭/୧୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରା.ପ. ଅନ୍ତର୍ଗତ ବିନ୍ଧାଣୀ ଗ୍ରାମ (ଘିଭେଲା ପଡ଼ା) ଠାରୁ ସାନ ଡୁଙ୍ଗୁରିଗୁଡା ଯାଇଥିବା ରାସ୍ତା ଅତି ଦୟନୀୟ ଅବସ୍ଥାରେ ପଡ଼ି ରହିଛି I ଏହି ରାସ୍ତା ଦେଇ ପ୍ରତ୍ୟେହ ଶତାଧିକ ଛାତ୍ରଛାତ୍ରୀ, ଗ୍ରାମବାସୀ ମାନେ ତେରେସିଙ୍ଗା ଗ୍ରା.ପ କାର୍ଯ୍ୟାଳୟ, ଆରଆଇ ଅଫିସ, ସ୍କୁଲ କଲେଜ, ବ୍ୟାଙ୍କ, ଡାକଘର କୁ ଯିବା ଆସିବା କରିବା ସହ ତେରେସିଂହା ପଞ୍ଚାୟତର ଗୋ-ପାଳନକାରୀ ମାନେ ସାନ ଡୁଙ୍ଗୁରିଗୁଡା ସ୍ଥିତ ଓମଫେଡ଼ କେନ୍ଦ୍ରକୁ ସକାଳେ ଓ ଅପରାହ୍ନରେ ଦୁଗ୍ଧ ଯୋଗାଇଥାନ୍ତି I ପୂର୍ବରୁ ଏହି ରାସ୍ତାର କିଛି ଅଂଶ କଂକ୍ରିଟ ହୋଇ ଥିଲେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁଁ ତାହା ଏବେ ସମ୍ପୂର୍ଣ୍ଣ ଭାଙ୍ଗି ମଟାଲ ଉଠି ଗଲାଣି I ସମଗ୍ର ରାସ୍ତା ଖାଲଖମାରେ ଭରିଯାଇଛି I ବର୍ଷାକାଳରେ ଏହା ଚଳାଚଳ ଯୋଗ୍ୟ ନ ଥିବାରୁ ଅନେକ ଅଘଟଣ ଘଟୁଛି I ଏଣୁ ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଜନସାଧାରଣରେ ଦାବି ହେଉଛି I
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ