Hot Posts

6/recent/ticker-posts

୫୪ ତମ ଅନ୍ତଃ ମହାବିଦ୍ୟାଳୟ ଭଲିବଲ ପ୍ରତିଯୋଗିତା ଚାମ୍ପିଅନଦଳକୁ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

କନ୍ଧମାଳ, ୫/୧୧ (ଅଚ୍ୟୁତ ଜାନି) : ବ୍ରହ୍ମପୁର କ୍ରୀଡା ପରିଷଦ ପକ୍ଷରୁ ଆୟୋଜିତ ୫୪ ତମ ଅନ୍ତଃ ମହାବିଦ୍ୟାଳୟ ଭଲିବଲ ପୁରୁଷ ପ୍ରତିଯୋଗିତାରେ ଫୁଲବାଣୀ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ପୁରୁଷ ଭଲିବଲ ଦଳ ଗତ ନଭେମ୍ବର ୨ ତାରିଖରେ ଫାଇନାଲ ମ୍ୟାଚରେ ଏମ୍ କେ ସି ଜି ମେଡ଼ିକାଲ କଲେଜକୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି । ଏହି ଅବସରରେ ଗତ ନଭେମ୍ବର ୩ ତାରିଖରେ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାକୁ କ୍ରୀଡା ଉପସଭାପତି ଡଃ ଜତୀନ୍ଦ୍ର କୁମାର ପ୍ରଧାନ ଓ ସମସ୍ତ ସଭ୍ୟ ଆୟୋଜିତ କରିଥିଲେ । ବିଜୟୀ ଦଳକୁ ଉତ୍ସାହିତ ଭାବରେ ପୁଷ୍ପଗୁଚ୍ଛ ଓ ଫୁଲମାଳ ଦେଇ ଅଧ୍ୟକ୍ଷ ସମ୍ବର୍ଦ୍ଧନା କରିଥିଲେ ଓ ଭଲିବଲ ଦଳର ସମସ୍ତ ସଦସ୍ୟ ଓ ପି ଇ ଟି ସେମାନଙ୍କ ୨ ଦିନର ଅନୁଭୂତିକୁ ଅଧ୍ୟକ୍ଷଙ୍କ ପାଖରେ ପ୍ରକାଶ କରିଥିଲେ । ଅଧ୍ୟକ୍ଷ ଡଃ ପ୍ରଧାନ ଭଲିବଲ ଦଳକୁ ସାବାସି ଦେବା ସହିତ ମିଠା ଖୁଆଇ ଏକ ବିଶେଷ ମୂହୁର୍ତ୍ତ ସେମାନଙ୍କ ସହ ଖୁସିର ସହ ଅତିବାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଭଲିବଲ ଦଳର ମନୋବଳ ବହୁଗୁଣ କରିଥିଲେ ।