ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଛାୟା ସଂସଦ ପ୍ରତିଯୋଗିତା
ନବରଙ୍ଗପୁର, ୦୭/୧୧ ( ଶେଖର ଖୁରା ) : ସାଇ କଲ୍ୟାଣୀ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି - ୨୦୨୫ ଓ ଛାୟା ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ଯ୍ୟକର୍ମରେ ଜିଲ୍ଲାପାଳ ଡ ମହେଶ୍ୱର ସ୍ୱାଇଁ ମୂଖ୍ୟ ଆତିଥି ଭାବେ ଯୋଗ ଦେଇଥିଲେ । ସୁରଭି ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭା ର ପରିପ୍ରକାଶ ହୋଇପାରିବ ଏବଂ ନବରଙ୍ଗପୁର ଜିଲ୍ଲା ର ଲୋକକଳାର ମହକ ସାରା ରାଜ୍ୟରେ ସୁନାମ ଆଣିବ । କାର୍ଯ୍ୟକ୍ରମ ରେ ସି ଡି ଓ,ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର୍ଵ।ନ ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା, ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ସୁରେଶ ପଟ୍ଟନାୟକ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯକ୍ରମ ରେ ୩୩ ବିଭାଗରେ ୬୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।ବାପୁଜୀ ଉଚ୍ଚ ବିଦ୍ୟାଳୟ ତେନ୍ତୁଳିଖୁଣ୍ଟି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଚନ୍ଦନା ମଲ୍ଲିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରକାଶ ମହIଲିକ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ବ୍ୟତୀତ ଜିଲ୍ଲା ସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମରେ ୧୯ ଗୋଟି ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ୧୬୨ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସେମାନଙ୍କର ମଧ୍ୟରେ ବିଭିନ୍ନ ରାଜ୍ୟର କଳା ,ସଂସ୍କୃତି ,ବେଶଭୂଷା ଓ ଐତିହ୍ୟ ସ୍ଥାନ କୁ ପ୍ରଦର୍ଶନ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜଗଦାନନ୍ଦ ସୁନାରି , ବାଳକୃଷ୍ଣ ସାହୁ, ରାଜେଶ ନାୟକ , ବିଥିକ ମିଶ୍ର ଅର୍ ଭି କିଶନ, ସନ୍ତୋଷ ଶତପଥୀ, ସୁନିଲ ତ୍ରିପାଠୀ, ଗୋକୁଳ ପୂଜାରୀ ସହଯୋଗ କରିଥିଲେ ।