Hot Posts

6/recent/ticker-posts

ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା

ଝରିଗାଁ, ୧୦ /୧୧ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ପୋଲିସ ପକ୍ଷରୁ ଝରିଗାଁ ସ୍ଥିତ ମାଧ୍ୟମିକ ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାଇବର ସୁରକ୍ଷା ସମ୍ପର୍କରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଝରିଗାଁ ଥାନା ଅଧିକାରୀ ପ୍ରଦୀପ ଶବରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ମୂଖ୍ୟ ଅତିଥି ଭାବେ SDPO ଶୁଭେନ୍ଦୁ କୁମାର ଶବର ସମ୍ମାନିତ ଅତିଥି ଭାବେ ଉମରକୋଟ ଥାନା ସାଇବର ଏକ୍ସପାର୍ଟ ପ୍ରଭାସ ମାଲକାର ମାଧ୍ୟମିକ ବିଦ୍ୟାଳୟର ଗ୍ରନ୍ଥ ପାଳକ ମନୋଜ ମହାପାତ୍ର , କ୍ରୀଡା ଶିକ୍ଷକ କୈଲାସ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସାଇବର ଠକେଇ କଣ , କିଭଳି ହୁଏ ଏବଂ କେମିତି ଏଥିରୁ ନିଜକୁ ସୁରକ୍ଷିତ ରଖାଯାଇ ପାରିବ ସେ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ। ବିଶେଷ କରି SDPO ଶ୍ରୀ ଶବର କୌଣସି ଅଜଣା ବ୍ୟାକ୍ତିଙ୍କୁ କିମ୍ଵା ଅଜଣା ଫୋନ କଳରେ ନିଜର ଠିକଣା ପରିଚୟ ପ୍ରମାଣ ବିବରଣୀ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଓ ଟିପି ନମ୍ବର କ୍ରେଡ଼ିଟ କାର୍ଡ଼ ଡେବିଟ କାର୍ଡ଼ ଯୁପିଆଇ ଆଇଡି ଏବଂ ପାସୱର୍ଡ ନ ଦେବାକୁ ପରାମର୍ଶ ଦେଇଥିଲେ । ଯଦି କୌଣସି ସମସ୍ୟାର ସମ୍ମୁଖୀନ ହେଲେ ଏହାର ସମାଧାନ ନିମନ୍ତେ ସରକାର ଦ୍ୱାରା ଜାରୀ କରାଯାଇଥିବା ୧୯୩୦ ନମ୍ବର କୁ ସମ୍ପର୍କ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ସୂଚନା ଦେଇଥିଲେ। ସେହିପରି ସାଇବର ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାର କୃତି ଛତ୍ରାଛତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଶେଷରେ ପୋଲିସ କର୍ମଚାରୀ ମହେଶ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଝରିଗାଁ ଥାନାର କର୍ମଚାରୀ ମାନେ ଉପସ୍ଥିତ ଥିଲେ।