Hot Posts

6/recent/ticker-posts

ଅଟୋ ବାଇକ ମୁହାଁ ମୁହିଁ ଧକ୍କା ଜଣେ ଆହତ , ୨ ଗୁରୁତର

ଡାବୁଗାଁ, ୭|୧୧ (ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦରମହକୂମା ଜଗନ୍ନାଥ ଗୁଡା ନିକଟରେ ଅଟୋ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଜଣେ ଆହତ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନାଯୋଗ୍ୟ :- ବାଇଗାଁ ଗ୍ରମର ଲାଇବନ୍ କଲାର (୨୨) ଇଶ୍ଵର କଲାର (୩୫) ବାଇକ ନଂ ଓ ଡି ୨୪ଏମ ୪୪୬୨ ଯୋଗେ ବାଇଗାଁ ଠାରୁ ଡାବୁଗାଁ ଆସୁଥିବା ସମୟରେ ବିପରୀତ ଦିଗରୁ ଏକ ଅଟୋ ନଂ ଓଡି ୨୪ ୯୮୫୦ ଉମରାହାଣ୍ଡି ଯାଉଥିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଲାଇବନ ଓ ଇଶ୍ଵର ଛିଟିକି ପଡ଼ିଥିବା ବେଳେ ଲାଭବନର ଗୋଡ଼ରେ, ଇଶ୍ୱରର ମୁଣ୍ଡରେ ଗଭୀର ଆଘାତ ହୋଇଛି । ଅଟୋ ଡ୍ରାଇଭର ବଲି ଭତ୍ରl (୩୦)ଙ୍କ ମୁଣ୍ଡରେ ଆଘାତ ହୋଇ ଆହତ ହୋଇଛନ୍ତି l ଘଟଣା ସ୍ଥଳରେ ଡାବୁଗାଁ ଦମକଳ ବାହିନୀ ଙ୍କ ସହଯୋଗରେ ୩ ଜଣଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା । ସେଠାରେ ଉଭୟ ଲାଇବନ ଓ ଇଶ୍ଵର ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଡାବୁଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି ।ପୋଲିସ ର ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣାପଡିବ।