କୋରାପୁଟରେ ଅଣଗେଜେଟେଡ୍ କର୍ମଚାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ — ନ୍ୟାୟସଙ୍ଗତ ଦାବି ପାଇଁ ଆନ୍ଦୋଳନ ଚିନ୍ତା
କୋରାପୁଟ, ୦୯/୧୧ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା, ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅଣଗେଜେଟେଡ୍ କର୍ମଚାରୀ ଯୋଗଦାନ କରିଥିଲେ, କର୍ମଚାରୀ ମାନଙ୍କର ବିଭିନ୍ନ ନ୍ୟାର୍ଯ୍ୟ ଦାବି ସମ୍ପର୍କରେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା, ଏଥି ପୁର୍ବରୁ ଶିକ୍ଷା ବିଭାଗ ରେ କାର୍ଯ୍ୟରତ କର୍ମଚାରୀ ମାନଙ୍କର ୧୦ ଦଫା ଦାବି ପୁରଣ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟ ଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ଏହା ବିଭିନ୍ନ ଖବରକାଗଜରେ ପ୍ରଚାର ପ୍ରସାର ହୋଇଥିବା ଶ୍ରୀ ଦାଶ୍ ସୁଚନା ଦେଇଥିଲେ. ଏହି ଦାବି ଗୁଡ଼ିକ ନ୍ୟାୟ ସଙ୍ଗତ ବୋଲି ଶ୍ରୀ ଦାଶ୍ ପ୍ରକାଶ କରିଛନ୍ତି, ସରକାରଙ୍କ ନିର୍ଦ୍ଦେଶକୁ କଡା କଡି ପାଳନ କରାଯାଉନାହିଁ ବୋଲି ଶ୍ରୀ ଦାଶ୍ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଓଡ଼ିଶା ସରକାର ଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟ ରେ ଅନ୍ତତଃ ପକ୍ଷେ ୨ ଜଣ ଶିକ୍ଷକ ନିଯୁକ୍ତ ହେବା କଥା କିନ୍ତୁ କୋରାପୁଟ ଜିଲ୍ଲା ରେ ବହୁ ବିଦ୍ୟାଳୟରେ ଜଣେ ମାତ୍ର ଶିକ୍ଷକ ଅଛନ୍ତି ଯଦ୍ବାରାକି ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଚାପଗ୍ରସ୍ତ ହୋଇ ରହୁଛନ୍ତି, ସ୍ବାସ୍ଥ୍ୟ ଗତ ସମସ୍ୟା ନେଇ ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ପାଇଁ ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ଆବେଦନ କୁ ଗ୍ରହଣ କରାଯାଇନାହିଁ ଏପରିକି ସେଠାରେ କ୍ୟାନ୍ସର ପୀଡ଼ିତ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଅଛନ୍ତି, ନିର୍ଦେଶକ ପ୍ରାଥମିକ ଶିକ୍ଷା ଓଡ଼ିଶା ଏକ ନିର୍ଦ୍ଦେଶନାମା ଜାରୀ କରିଥିଲେ ଯେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କର୍ମାନ୍ତର ପ୍ରେରଣ ହୋଇ ଆସି ଯେଉଁ ବିଦ୍ୟାଳୟ ରେ କାର୍ଯ୍ୟରତ ସେମାନଙ୍କୁ ସେହି ବିଦ୍ୟାଳୟ କୁ ବଦଳି କରି ଆଣିବା, ସେହି ଆଦେଶର ମଧ୍ୟ କାର୍ଯ୍ୟକାରୀ ହୋଇ ନଥିବା ଶ୍ରୀ ଦାଶ୍ ସୁଚନା ଦେଇଥିଲେ, ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରିବା ପାଇଁ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ କନିଷ୍ଠ ସହାୟକ ପଦବୀ କୁ ପଦୋନ୍ନତି ଦେବା ନିମନ୍ତେ ମଧ୍ୟ ସ୍ମାରକ ପତ୍ର ରେ ଉଲ୍ଲେଖ ଥିବା ଶ୍ରୀ ଦାଶ୍ ପ୍ରକାଶ କରିବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଏ ନେଇ ରାଜ୍ୟ ନିର୍ଦେଶକ ପ୍ରାଥମିକ ଶିକ୍ଷା ଙ୍କୁ ଅବଗତ କରାଇବା ପାଇଁ ଉପସ୍ଥିତ କର୍ମଚାରି ମତ ଦେଇଥିଲେ, ତା ୨୩ ୧୧ ୨୦୨୪ ରିଖ ଦିନ ଜୟପୁର ରେ ଏକ ସମାବେଶର ଆୟୋଜନ କରିବା ନିମନ୍ତେ ଉପସ୍ଥିତ କର୍ମଚାରି ମତ ଦେଇଥିଲେ, ଉକ୍ତ ସମାବେଶରେ ରାଜ୍ୟ ନେତୃବୃନ୍ଦ ଓ ସମସ୍ତ ଜିଲ୍ଲାର ନେତୃବୃନ୍ଦ ଯୋଗଦାନ କରିବା ସହିତ କର୍ମଚାରି ମାନଙ୍କର ବିଭିନ୍ନ ଦାବି ସରକାର ଙ୍କ ନିକଟରେ ଉପସ୍ଥାପନ କରିବା ନେଇ ଶ୍ରୀ ଦାଶ୍ ସୁଚନା ଦେଇଥିଲେ, ବୈଠକରେ ଶ୍ରୀ ମହେଶ୍ୱର ମିଶ୍ର ସମ୍ପାଦକ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା, ଶ୍ରୀ କିରଣ ମହାରଣା ବରିଷ୍ଠ ସଦସ୍ୟ, ଶ୍ରୀ ଶ୍ରୀଧର ମହାପାତ୍ର, ଅଜୟ କୁମାର ପ୍ରଧାନ, ଶ୍ରୀ ସିମାଞ୍ଚଳ ବିଷୟୀ, ଶ୍ରୀ କିରଣ କୁମାର କନ୍ଧପାଣ, ମାଣ୍ଡିଆ ସୁବାସ, ନରସିଂହ ସାବତ ଙ୍କ ସମେତ ବହୁ କର୍ମଚାରି ଯୋଗଦାନ କରିଥିଲେ
କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପଟ ନବଦୂତ ନ୍ୟୁଜ