Hot Posts

6/recent/ticker-posts

ପାଇକମାଲ ପୋଲିସ ଦ୍ୱାରା ଟେମରୀ ହାଇସ୍କୁଲରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଇକମାଳ, ୧୧/୧୧ ( କୃଷ୍ଣ ଚନ୍ଦ୍ର ସାହୁ ) : ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀ ହାଇସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଡ଼ୋଲାମଣୀ ଭୋଇ ଙ୍କ ଅଧ୍ୟକ୍ଷତାରେ ଏକ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ପାଇକମାଲ ଥାନାଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ସାଇବର ଅପରାଧ କଣ ସେ ବାବଦରେ ଆଲୋକପାତ କରିଥିଲେ ଏବଂ ସେଥିରୁ କେମିତି ନିବୃତ ରହି ନିଜ ଧନ ଜୀବନ ବଞ୍ଚାଇ ପାରିବେ ସେ ଦିଗରେ ସୂଚନା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟେମରୀ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଦିଲ୍ଲିପ କୁମାର ବେହେରା ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ବିଦ୍ୟାଳୟ ର ସହକାରୀ ଶିକ୍ଷକ ରଞ୍ଜିତ କୁମାର ସା, ପ୍ରଦ୍ୟୁମ୍ନ ବରିହା, ଉସତଲାଲ ବେଣ୍ଟକାର, ପ୍ରଭାତ କୁମାର ସାହୁ, ଶିକ୍ଷୟିତ୍ରୀ ମମତା ଭୁଏ, ତୃପ୍ତିମୟୀ ଧରୁଆ ଆଦି ସହଯୋଗ କରିଥିଲେ l 


ପାଇକମାଳ ରୁ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ରିପୋର୍ଟ