ସରକାର ଦେଇଛନ୍ତି ପାଣି ଟାଙ୍କି, କିନ୍ତୁ ଆସୁନି ପାଣି
ଝାରବନ୍ଧ, ୦୭/୧୧ ( ଗୌରିଶଙ୍କର ପଞ୍ଚଭାୟା ) : ସରକାରଙ୍କ ଗାଁ ରେ ପାଣି ଟାଙ୍କି ଦେଇଛନ୍ତି ସତ ସପ୍ଲାଏ ପାଣି ର ସୁବିଧା ଅଛି ସତ କିନ୍ତୁ ଅତି ଦୁଃଖର ବିଷୟ ଏଇଆ ଯେ ଓଡ଼ିଶା ର ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ର ବିଭିନ୍ନ ଗାଁରେ ଅତି ଶୋଚନୀୟ ଅବସ୍ଥା ଲାଗି ରହିଛି ପାଣିର ସମସ୍ୟା ସପ୍ଲାଏ ପାଣି ମେସିନ ଚାଲକ ଥାଉଁ ଥାଉଁ ପ୍ରତିଦିନ ପାଣି ଆସୁନାହିଁ କାହିଁକି ପ୍ରତିଦିନ ଆସୁ ନାହିଁ, ସୂଚନା ମୁତାବକ ସବୁ ମେସିନ ଠିକ୍ ଅଛି ପ୍ରତି ଗାଁ ରେ ଚାଲକ ଅଛନ୍ତି କିନ୍ତୁ ପାଣି ଆସୁନାହିଁ,ଏହାର ମାନେ କଣ ବୁଝିବା ଅଡ଼ୁଆ,ନୀତି ନାଁ ଦୁର୍ନୀତି ଓଡିଶା ସରକାର ର ଏହି ଘର ଘର ସପ୍ଲାଏ ପାଣି କାର୍ଯ୍ୟକ୍ରମ ମନମୁଖୀ ଚାଲିଛି ଏହି ବ୍ଲକ ରେ ଉପରିସ୍ଥ ଅଧିକାରୀ ଏହାର ଠିକ୍ ଭାବରେ ତଦନ୍ତ କରନ୍ତୁ ଓ ପ୍ରତିଦିନ କେମିତି ଠିକ୍ ସମୟରେ ଆସିବ ପାଣି ସେ ନେଇ ଚିନ୍ତା କରନ୍ତୁ ସ୍ଥାନୀୟ ପ୍ରଶାସନ ଝାରବନ୍ଧ ବ୍ଲକ କୁ ଅନୁରୋଧ ଏହାର ସମାଧାନ ସୃଷ୍ଟି କରନ୍ତୁ ଓ ଜନସାଧାରଣଙ୍କ ଦୁଃଖ ଦୂର କରନ୍ତୁ ଅତି ସିଘ୍ର।