ପେନସନ ଧାରୀଙ୍କ ସାତ ଦଫା ଦାବି ନେଇ ବିରାଟ ଶୋଭାଯାତ୍ରା
ଝରିଗାଁ, ୮/୧୧ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ପେନସନ ଧାରୀ ମାନେ ସାତ ଦଫା ଦାବି ନେଇ ଝରିଗାଁ ତହସିଲଦାର ଏବଂ ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରଥମେ ଝରିଗାଁ ବ୍ଳକର ଶହ ଶହ ପେନସନ ଧାରୀ ଝରିଗାଁ ତହସିଲ କାର୍ଯ୍ୟଳୟନିକଟରେ ଏକତ୍ରିତ ହୋଇଥିଲେ। ସେଠାରେ ଏକ ପ୍ରତିବାଦ ସଭାର ଆୟୋଜନ ହୋଇଥିଲା।ପରେ ଏକ ବିରାଟ ଶୋଭାଯାତ୍ରା ବାହାରି ଝରିଗାଁ ତହସିଲଦାର ସୁମନ୍ତ ପାତ୍ରଙ୍କୁ ସାତ ଦଫା ଦାବି ନେଇ ଏକ ଦାବିପତ୍ର ପ୍ରଦାନ କରିଥିଲେ।.ସେହି ପରି ଝରିଗାଁ ବ୍ଳକ କାର୍ଯ୍ୟଳୟ ଆସି କେସିୟର ବିବେବ ନାୟକଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ସାତ ଦଫା ଦାବି ପରେ ସମସ୍ତ ପେନସନ ଧାରୀମାନଙ୍କୁ ମାସିକ ୩ ହଜାର ଟଙ୍କା ପ୍ରଦାନ ମାଗଣା ବିଦ୍ୟୁତ ଯୋଗାଣ ପୂର୍ବ ଭଲି ହାତକୁ ହାତ ଭତ୍ତା ପ୍ରଦାନ ଅନ୍ତ୍ଯଦୟ ଯୋଜନାରେ ଗୃହ ଯୋଗାଣ ୨୦ କିଲୋଗ୍ରାମ ଚାଉଳ ପ୍ରଦାନ ସ୍ଵତନ୍ତ୍ର ବ୍ୟକ୍ତି ଗତ ପରିଚୟ ପତ୍ର ପ୍ରଦାନ ଭଲି ବିଭିନ୍ନ ଦାବି ଉଲ୍ଲେଖ ରହିଥିଲା । ଏହି କାର୍ଯ୍ୟ କ୍ରମରେ ଝରିଗାଁ ବ୍ଳକ ସଭାନେତ୍ରୀ ସୂର୍ଯ୍ୟ ସାନ୍ତା, ସମ୍ପାଦିକା ଉର୍ମିଳା ସାହୁ, ମୁକ୍ତା ଜଳେଇ, ଜିଲ୍ଲା ସଂଘଟକ ଦୟାନିଧି ସୁନା,ମୂଖ୍ୟ ଜିଲ୍ଲା ଉପଦେଷ୍ଟା ରାଜେଶ ଜାନୀ , ଉପଦେଷ୍ଟା ଅଲେଖ କୂଳ ଦୀପ, ହରି ସାନ୍ତା, ହରିଶଙ୍କର ମାଝୀ, ସମାଜ ସେବୀ ପାର୍ବତୀ ଧାରୁଆ , ନୂଆଖାଇ ଭତ୍ରା, ଶୁଣିଲା ମାଝୀ, ସୁଭଦ୍ରା ମାଝୀ, ବୈଶାଖୀ ଗୌଡ଼ା, ସୁଭଦ୍ରା କମାର,ଭାନୁମତି ଗୌଡ, ଧନମତି ପୂଜାରୀ ତ୍ରିନାଥ ହରିଜନ,ସନାଦୀ ଗୌଡ,ପ୍ରମୁଖ ସହ ଶହ ଶହ ପେନସନ ଧାରୀ ଉପ ସ୍ଥିତ ଥିଲେ ।