Hot Posts

6/recent/ticker-posts

ଜାତୀୟ ଗୀତ ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ।

ଜୟପୁର, ୭।୧୧ ( ଏ. ଭେଙ୍କଟ ରାଓ ) : ସିୱା ଅନୁଷ୍ଠାନ ଏବଂ ଜୟପୁର ସିଟି ହାଇସ୍କୁଲ ଜାତୀୟ ଗୀତ ବନ୍ଦେ ମାତରଂ ଗୀତର ୧୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିଛି। ତିନିଗୋଟି ସୁସଜ୍ଜିତ ରଥରେ ଭାରତ ମାତା ରବୀନ୍ଦ୍ର ନାଥ ଠାଗୁର ଶ୍ରୀ ଅରବିନ୍ଦ ଏବଂ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଫୋଟ ଚିତ୍ର ରଖି ଏକ ଶୋଭାଯାତ୍ରାଟି ଶିକ୍ଷାର୍ଥୀ ମାନେ ପାରମ୍ପରିକ ଗଣବେଶ ଧାରଣ କରି ସିଟି ହାଇସ୍କୁଲ ଠାରୁ ଆରମ୍ଭ ହୋଇ ରଘୁନାଥ ମନ୍ଦିର ଛକ ସର୍ଦାର ପଟେଲ ମାର୍ଗ ବସ ଷ୍ଟାଣ୍ଡ ମୁଖ୍ୟ ଟ୍ରାଫିକ ଛକ ପାରବେଡ଼ା ଛକ ଲେବୋର ଅଫିସ ଛକ ଦେଇ ସ୍କୁଲ ପର୍ଯ୍ୟନ୍ତ ସାରା ରାସ୍ତାରେ ବନ୍ଦେ ମାତରଂ ଗାନ ସହ ଯାଇଥିଲା। ବନ୍ଦେ ମାତରମ୍ ଗୀତ ଦେବନାଗରୀ ଲିପିରେ ଲେଖା ହୋଇଥିବା ଏକ କବିତା ଏହାକୁ ୧୯୫୦ ମସିହାରେ ଭାରତୀୟ ଗଣରାଜ୍ୟର ଜାତୀୟ ଗୀତ ଭାବରେ ଗ୍ରହଣ କରାଯାଇଥିଲା। ଏହା ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ୱାରା ସଂସ୍କୃତରେ ଲେଖାଯାଇଥିଲା ୭ ନଭେମ୍ବର ୧୮୭୫ ରେ ମସିହାରେ। ଏହି ଗୀତକୁ ପ୍ରଥମେ ୧୮୮୨ ମସିହାରେ ଚାଟାର୍ଜୀଙ୍କ ବଙ୍ଗଳା ଉପନ୍ୟାସ ଆନନ୍ଦମଠ ରେ ଏକ ଅଂଶ ଭାବରେ ପ୍ରକାଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୌର ଉପାଧକ୍ଷା ବି ସୁନିତା ଜେସିସି ସମ୍ପାଦକ ଜି ଭି ରେଡ୍ଡୀ ସ୍କୁଲ ସଭାପତି ବିରେଶ ପଟ୍ଟନାୟକ ଶଶି ପଟ୍ଟନାୟକ ସୁଧାକର ପଟ୍ଟନାୟକ କେ ମୋହନ ରାଓ ଏ ରାମ କ୍ରିଷ୍ଣା ୱା ଏସ ଖାନା ଆନନ୍ଦ ମୁନ୍ଦ୍ରା ମୁନ୍ନା ସାହୁ ଅଜୟ ମିଶ୍ର ନଳିନୀ ବାର୍ତନ ଆରୁକୁଲୁ ଶ୍ରିନୁ ବ୍ଲକ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।



ଏ.ଭେଙ୍କଟ ରାଓ.. ରିପଟର ନବଦୁତ ନ୍ମ୍ଯଜ (ଜୟପୁର,)